ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମୟଚକ୍ରରେ କେତେବେଳେ କ’ଣ ବଦଳୁଛି ତାହା କହିବା କଷ୍ଟ। ଦିନ ଥିଲା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଉଥିଲା କେବଳ ବନ୍ଦ ପ୍ରେକ୍ଷାଳୟରେ। ଏବେ କିନ୍ତୁ ଏହା ଖୋଲା ପଡ଼ିଆରେ ଅଭିନୀତ ହେଉଛି। ଆଉ ଏହି ନୂଆ ଢାଞ୍ଚାକୁ ଲୋକପ୍ରିୟ କରାଇ ପାରିଛନ୍ତି ଦୁଇ ଜଣ ଜଣାଶୁଣା ଶିଳ୍ପୀ – ଇଲିଆନା ଚିତାରିସ୍ତି ଓ ଶାଶ୍ୱତ ଯୋଶୀ।

ବିଗତ କିଛି ଦିନ ଧରି ଶାଶ୍ୱତ ଓ ତାଙ୍କ ଟିମ୍‌ ବିଦେଶରେ ବେଶ୍ କିଛି ମୁକ୍ତାକାଶ ପ୍ରଦର୍ଶନ କରିଛନ୍ତି। ଓଡ଼ିଶୀ ନୃତ୍ୟ ଓ ଓଡ଼ିଶାର କଳା ସଂସ୍କୃତିକୁ ବିଦେଶରେ ଲୋକପ୍ରିୟ କରିବା ପାଇଁ ଏହି ଟିମ୍‌ ଆନ୍ତର୍ଜାତିକ ସ୍ତରରେ କିଛି କାର୍ଯ୍ୟକ୍ରମ ଅନୁଷ୍ଠିତ କରିସାରିଛନ୍ତି। ବିଶ୍ୱର ବଡ଼ ବଡ଼ କୀର୍ତ୍ତି ସାମ୍ନାରେ ଅନୁଷ୍ଠିତ ଏହି ସବୁ କାର୍ଯ୍ୟକ୍ରମ ସଫଳ ମଧ୍ୟ ହୋଇଛି।

ନିକଟ ଅତୀତରେ ଐଫେଲ୍ ଟାୱ।ର ସାମ୍ନାରେ ଏହି ଟିମ୍‍ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ବେଶ୍ ପ୍ରଶଂସିତ ହୋଇଥିଲେ। ସେହିଭଳି ଶାଶ୍ୱତ ଓ ଇଲିଆନା ରୋମ୍‌ର ଫ୍ଲାଭିୟନ ଆମ୍ପିଥିଏଟର ସମ୍ମୁଖରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ଓ ବେଶ୍ କିଛି କରତ।ଳି ମିଳିଥିଲା ।

ବାହାରେ ଓ ଖୋଲା ଆକାଶ ତଳେ ନୃତ୍ୟ ପରିବେଷଣ ଦର୍ଶକଙ୍କୁ କେବଳ ଆକୃଷ୍ଟ କରିଥାଏ ତାହା ନୁହେଁ, ବିଭିନ୍ନ ମାଧ୍ୟମ ସାହାଯ୍ୟରେ ବେଶୀ ଦର୍ଶକଙ୍କ ନିକଟରେ ପହଞ୍ଚିବା ସମ୍ଭବ ହୋଇଥାଏ।

“ମୁଁ ଯେତେବେଳେ ବିଦେଶ ଯାଏ ଦେଖେ ଡ୍ୟାନ୍‌ସରମାନେ ହିପ୍‌-ହପ୍ ଓ ବ୍ରେକ୍ ଡ୍ୟାନ୍ସ ଆଦି ରାସ୍ତାରେ ପରିବେଷଣ କରିଥା’ନ୍ତି। ଏହାଦ୍ୱାରା ସେମାନେ ବହୁସଂଖ୍ୟକ ଲୋକଙ୍କ ପାଖରେ ପହଞ୍ଚିଥା’ନ୍ତି। ଏଣୁ ମୁଁ ଭାବିଲି ଆମ ନୃତ୍ୟ ପରିବେଷଣ ବି କାହିଁକି ଖୋଲା ସ୍ଥାନରେ ନ ହେବ”, କହନ୍ତି ଶାଶ୍ୱତ।

ପ୍ୟାରିସର ଐଫେଲ୍ କୀର୍ତ୍ତି ସାମ୍ନାରେ ଯେଉଁ ପରିବେଷଣ କରାଯାଇଥିଲା, ତା’ପରେ ଦର୍ଶକମାନେ ଯେଉଁଭଳି ଖୁସି ହୋଇଗଲେ ଓ ସମ୍ବଲପୁରୀ ନୃତ୍ୟ ସମ୍ପର୍କରେ ଜାଣିବାକୁ ଚାହିଁଲେ ସେଥିରୁ ଶାଶ୍ୱତ ଓ ତାଙ୍କ ଗ୍ରୁପ୍‌ର ବିଶ୍ୱାସ ବଢ଼ି ଚାଲିଲା। ପ୍ୟାରିସ ସହରର ମଧ୍ୟ-ଭାଗରେ ଯେଉଁ ନୃତ୍ୟ ପରିବେଷଣ କରାଯାଇଥିଲା, ସେଥିପାଇଁ ତାଙ୍କ ପକ୍ଷରୁ ବର୍ଷ ବର୍ଷ ଧରି ସ୍ଥାନୀୟ କଳାକାରଙ୍କୁ ତାଲିମ ଦିଆଯାଇଥିଲା। ଏହି ଭିଡିଓଟି ସେତେବେଳେ ଭାଇରାଲ ହୋଇଥିବା କଥା କହିଛନ୍ତି ଶାଶ୍ୱତ।

ଆସନ୍ତା ମାସରେ ଶାଶ୍ୱତ ଓ ତାଙ୍କ ଦଳ ଡିସ୍ନିର ହଲିଉଡ ଷ୍ଟୁଡିଓ ଓ ଦୁବାଇରେ ଥିବା ଭୁର୍ଜ ଖଲିଫା ସାମ୍ନାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବାକୁ ଯାଉଛନ୍ତି।

Tags: Saswat Joshi, Ileana Citaristi, Eiffel Tower, Odishi Dance, Sambalpuri Dance, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories, Burj Khalifa

Comment