ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡେରା ସଚାର ମୁଖ୍ୟ ଗୁର୍ମିତ୍ ରାମ ରହିମ ଉପରେ ଯୌନ ନିର୍ଯାତନା ଅଭିଯୋଗର ରାୟ ଆସନ୍ତା କାଲି ପ୍ରକାଶ ପାଇବ। ଏଥିପୂର୍ବରୁ ପଞ୍ଜାବ ଓ ହରିୟାଣାରେ ପରିସ୍ଥିତି ଗମ୍ଭୀର ହେବା କାରଣରୁ ସେହି ଦୁଇ ରାଜ୍ୟରେ କଟକଣା ଲାଗୁ କରାଯାଇଛି। ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପଞ୍ଜାବ ଓ ହରିୟାଣା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଜାଠ୍ ଆନ୍ଦୋଳନ ସମୟରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ତାହାର ଯେପରି ପୁନରାବୃତ୍ତି ନ ହୁଏ ସେ ନେଇ କୋର୍ଟ ତାଗିଦ କରିଛନ୍ତି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଜାବ ଓ ହରିୟାଣା ଓ ଚଣ୍ଡୀଗଡ଼ରେ ୭୨ ଘଣ୍ଟା ପାଇଁ ମୋବାଇଲ ଓ ଇଣ୍ଟରନେଟ ବନ୍ଦ ରହିଛି। ଏଣେ ସେନାକୁ ବି ସଜାଗ କରିଦିଆଯାଇଛି।

ପଞ୍ଚକୁଳା ନାମକ ସ୍ଥାନରେ ବାବା ରହିମଙ୍କ ଭକ୍ତମାନେ ବହୁଳ ସଂଖ୍ୟାରେ ଠୁଳ ହେଉଥିବା କାରଣରୁ ପରିସ୍ଥିତି ବିସ୍ଫୋରକ ହୋଇଛି। ଏକାଧିକ ଟ୍ରେନକୁ ବାତିଲ କରିଦିଆଯାଇଛି।

ଦୁଇ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ୧୫୦ କମ୍ପାନୀ ଅର୍ଦ୍ଧ ସାମରିକ ବଳକୁ ମୁତୟନ କରାଯାଇଛି। ପଞ୍ଚକୁଳ, ଶୀର୍ଷା ଏବଂ ହିସତ ଅଞ୍ଚଳରେ ସୁରକ୍ଷାବାହିନୀ ଦ୍ୱାରା ଫ୍ଲାଗ୍‌ ମାର୍ଚ୍ଚ କରାଯାଉଛି।

ଇତି ମଧ୍ୟରେ ପଞ୍ଚକୁଳା ଓ ଅନ୍ୟାନ୍ୟ କେତେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସମର୍ଥକମାନଙ୍କୁ ଫେରାଇ ନେବାକୁ ଗୁର୍ମିତ୍ ଗୋଷ୍ଠୀକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ମେସେଜ୍ ଜରିଆରେ ସମର୍ଥନକାରୀଙ୍କୁ ଫେରାଇ ଆଣିବାକୁ କୋର୍ଟ କହିଛନ୍ତି। ଗଣ୍ଡଗୋଳ ଆଶଙ୍କା ଥିବାରୁ କେତେକ ସ୍ଥାନରେ କର୍ଫ୍ୟୁ ଲଗାଇ ଦିଆଯାଇଛି।

ଗତ ସପ୍ତାହରେ ନ୍ୟାୟାଳୟ ଦେରା ମୁଖ୍ୟଙ୍କର ବିଚାରର ଶୁଣାଣି କରି ରାୟ ସ୍ଥଗିତ ରଖିଥିଲେ। ଆସନ୍ତା କାଲି ଅଗଷ୍ଟ ୨୫ ତାରିଖରେ ଏହି ରାୟ ପ୍ରକାଶ ପାଇବ।

ଶୀର୍ଷା ସହରର ନିକଟରେ ଡେରା ଶିବିରରେ ୧୯୯୯ ମସିହାରେ ଦେରା ମୁଖ୍ୟ ଜଣେ ଅନୁଗାମୀଙ୍କ ସହିତ ବାରମ୍ବାର ଦୁଷ୍କର୍ମ ଅଭିଯୋଗ କରାଯାଇଥିଲା।  ୨୦୦୨ ମସିହାରେ ଏଫ୍‌ଆଇଆର ପଞ୍ଜିକୃତ କରାଯାଇଥିଲା।

Tags: Gurmeet Ram Rahim Singh, Dera Sacha Sauda, Punjab, CBI, Rape Case, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment