ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟର ୪୫ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଦୀପକ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ଭାରତର ପ୍ରଧାନ ବିଚାରପତି ହେବାରେ ସେ ତୃତୀୟ ଓଡ଼ିଆ। ପୂର୍ବରୁ ରଙ୍ଗନାଥ ମିଶ୍ର ଓ ଗୋପାଳ ବଲ୍ଲଭ ପଟ୍ଟନାୟକ ଏହି ଗୌରବର ଅଧିକାରୀ ହୋଇଛନ୍ତି।

୧. ଜଷ୍ଟିସ ମିଶ୍ରଙ୍କ ଜନ୍ମ ବାଣପୁରରେ, ୧୯୫୩ ମସିହା ଅକ୍ଟୋବର ୩ ତାରିଖରେ
୨. ଗୋଦାବରୀଶ ବିଦ୍ୟାପୀଠରୁ ମାଟ୍ରିକ ଓ ରେଭେନ୍‌ସା ମହାବିଦ୍ୟାଳୟରୁ ଇଂରାଜୀ ଅନର୍ସ ଡିଗ୍ରୀ ଲାଭ
୩. ୧୯୭୬ରେ କଟକ ମଧୁସୂଦନ ଲ’ କଲେଜରୁ ଏଲଏଲବି ଡିଗ୍ରୀ ହାସଲ
୪. ୧୯୭୭ ଫେବୃଆରୀ ୪ରୁ ହାଇକୋର୍ଟରେ ଓକିଲାତି ଜୀବନ  ଆରମ୍ଭ
୫. ୧୯୯୧ରେ ହାଇକୋର୍ଟ ବାର୍‌ ଆସୋସିଏସନର କାର୍ଯ୍ୟକାରୀ ପରିଷଦ ସଭ୍ୟ ନିର୍ବାଚିତ
୬. ୧୯୯୬ ଜାନୁଆରୀ ୧୭ରେ ଓଡ଼ିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ନିଯୁକ୍ତ
୭. ୧୯୯୭ ଡିସେମ୍ବର ୧୯ରେ ମଧ୍ୟପ୍ରଦେଶ ହାଇକୋର୍ଟକୁ ବଦଳି
୮. ୨୦୦୯ ଡିସେମ୍ବର ୨୩ରେ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ
୯. ୨୦୧୦ ମେ ୪ରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ
୧୦. ୨୦୧୧ ଅକ୍ଟୋବର ୧୦ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ଯୋଗଦାନ
୧୧. ୨୮ ଅଗଷ୍ଟ ୨୦୧୭ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ ଆରମ୍ଭ

Tags: Supreme Court, Deepak Misra, Ranganath Misra, Gopal Ballav Pattanaik, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment