ଓଡ଼ିଶାଲାଇଭ୍‍ ବ୍ୟୁରୋ

ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା କେବଳ ଭାରତରେ ଜାକଜମକରେ ପାଳନ ହୁଏ ନାହିଁ, ସିଙ୍ଗାପୁରରେ ଏହି ପୂଜା ଧୂମଧାମରେ ପାଳନ କରାଯାଏ ବୋଲି ଓଡ଼ିଆ ସୋସାଇଟି ପକ୍ଷରୁ ପ୍ରମାଣିତ ହୋଇଛି। ଆକର୍ଷଣୀୟ ସାଜସଜ୍ଜା, ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ସିଙ୍ଗାପୁରରେ ରହୁଥିବା ଓଡ଼ିଆମାନେ ଗଜାନନଙ୍କୁ ଆରାଧନା କରିଛନ୍ତି। ଏହାକୁ ନେଇ ସିଙ୍ଗାପୁର କେଣ୍ଟଭାଲେର କମ୍ୟୁନିଟି ହଲ୍ ଉତ୍ସବମୁଖର ହୋଇଉଠିଥିଲା। ସମ୍ବିତ ମିଶ୍ର ଏବଂ ଶର୍ମିଷ୍ଠା ମିଶ୍ର କର୍ତ୍ତା ଭାବେ ଏହି ପୂଜାରେ ଉପସ୍ଥିତ ଥିଲେ।

ପାଖାପାଖି ୧୫୦ ଓଡ଼ିଆ ପରିବାର ଏହି ପୂଜାରେ ସାମିଲ ହୋଇଥିଲେ। ଗଣେଶଙ୍କ ଆସ୍ଥାନକୁ ସୁନ୍ଦର ଭାବେ ସଜା ଯାଇଥିଲା। ସାଜସଜ୍ଜାରେ ବିଜୟଲକ୍ଷ୍ମୀ ମହାନ୍ତି, ଶାରଦା ସାହୁ, ସ୍ୱାଗତିକା ମିଶ୍ର, ରିଲାରାଣୀ ପାତ୍ର, ପ୍ରତ୍ୟୁଷ ହୋତା, ସୌମ୍ୟା ପାଲ୍ ସହଯୋଗ କରିଥିଲେ। ପୂଜାକୁ ଶୃଙ୍ଖଳିତ ଭାବେ ପାଳନ କରିବା ଲାଗି ନିୟୋଜିତ ସ୍ୱେଚ୍ଛାସେବୀଙ୍କ ପାଇଁ ସକାଳ ଜଳଖିଆ ପ୍ରସ୍ତୁତ କରିଥିଲେ ଡଃ ବିଜୟଲକ୍ଷ୍ମୀ ମହାନ୍ତି। ପୂଜକ ସଞ୍ଜିବ ପଣ୍ଡା, ସୁନୀଲ ସେନାପତି, ସୁବ୍ରତ ନାୟକ ଗଣେଶଙ୍କ ପୂଜାର୍ଚ୍ଚନା କରିଥିଲେ ।

ଏହି ଅବସରରେ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ୧୩ ବର୍ଷରୁ କମ୍ ୩୦ରୁ ଉର୍ଦ୍ଧ୍ୱ ପିଲା ଏହି ପ୍ରତିଯୋଗିତାରେ ଭାଗନେଇ ଗଣେଶଙ୍କ ପଟ୍ଟଚିତ୍ର ଆଙ୍କିଥିଲେ। ସୁବ୍ରତ ନାୟକ, ସୌମ୍ୟା ପାଲ ଏବଂ ସଦ୍ୟସ୍ନତା ପଟ୍ଟନାୟକ ଏହି ପ୍ରତିଯୋଗିତା ପରିଚାଳନା କରିଥିଲେ।

ସୋସାଇଟିର ମୁଖପତ୍ର ‘ସିଙ୍ଗୋଡିଆ ଖବର’ ଏହି ଅବସରରେ ଉନ୍ମୋଚନ କରାଯାଇଥିଲା। ଏହାକୁ ଉନ୍ମୋଚନ କରିଥିଲେ କମିଟିର କାର୍ଯ୍ୟନିର୍ବାହୀ ସଦସ୍ୟ ଦେବୀଦତ୍ତ ସାମନ୍ତରାୟ। ପ୍ରତ୍ୟୁଷ ହୋତା, ଦୀପନ ଗଡନାୟକ, ସୁବ୍ରତ ନାୟକ ମୁଖପତ୍ର ପ୍ରସ୍ତୁତିରେ ସହଯୋଗ କରିଥିଲେ। ଦେବୀଦତ୍ତ ସାମନ୍ତରାୟ, ସୌମ୍ୟା ସିଂହ, ଧର୍ମ ଆଚାର୍ଯ୍ୟ, ସୌମ୍ୟା ପାଲ, ସଦ୍ୟସ୍ନତା ପଟ୍ଟନାୟକଙ୍କ ପ୍ରବନ୍ଧ ଏହି ମୁଖପାତ୍ରରେ ସ୍ଥାନ ପାଇଛି।

ଗଣେଶଙ୍କ ବିସର୍ଜନ ଯାତ୍ରାରେ ୫୦ରୁ ଊର୍ଦ୍ଧ୍ୱ ଲୋକ ସାମିଲ ହୋଇଥିଲେ। ବିଭୁତି ମଲ୍ଲିକ, ନିରଞ୍ଜନ ସାହୁ ଏବଂ ସୌମ୍ୟା ପାଲ୍ ଏହାକୁ ପରିଚାଳନା କରିଥିଲେ।

Tags: Ganesh Puja, Singapore Odia Society, NRIs in Singapore, Singapore Odias, Singodia Khabar, Ganesh Chaturthi, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

1 COMMENT

Comment