ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ତରଫରୁ ୨୦୧୬ ମସିହା ପାଇଁ ‘ବିଜୁ ପଟ୍ଟନାୟକ କ୍ରୀଡ଼ା’ ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।
ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ଶ୍ରେଷ୍ଠ କ୍ରୀଡ଼ାବିତ୍ ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କୁ ଟ୍ରଫି, ମାନପତ୍ର ସହ ୨ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି।
ସେହିପରି ଅନୁରାଧା ବିଶ୍ୱାଳ, ରଚିତା ମିସ୍ତ୍ରୀଙ୍କୁ ପୂର୍ବତନ ଦୌଡକୁଦ ପ୍ରଶିକ୍ଷକ ପଞ୍ଚାନନ ଗନ୍ତାୟତ ଜୀବନବ୍ୟାପୀ ସେବା ପାଇଁ ୩ ଲକ୍ଷ ଟଙ୍କା ସହ ଟ୍ରଫି ଓ ମାନପତ୍ର ଦିଆଯାଇଥିଲା। କବାଡି ପ୍ରଶିକ୍ଷିକା ସଂହତି ଦାସ ବର୍ଷର ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ପାଇଥିଲେ।
କ୍ରୀଡ଼ା ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷତା ପାଇଁ ରଜନୀକାନ୍ତ ଶତ୍ରୁସଲ୍ୟ ଏବଂ ଅଶୋକ କୁମାର ପଣ୍ଡାଙ୍କୁ ଯୁଗ୍ମ ପୁରସ୍କାର ପାଇଥିଲେ। କରାଟେ ଗୁରୁ ହରିପ୍ରସାଦ ପଟ୍ଟନାୟକଙ୍କୁ କ୍ରୀଡ଼ା ବିକାଶ କ୍ଷେତ୍ରରେ ଉକ୍ରୃଷ୍ଟ ଅବଦାନ ପୁରସ୍କାର ମିଳିଥିଲା। ତାଙ୍କୁ ଟ୍ରଫି, ମାନପତ୍ର ସହ ୫୦ ହଜାର ଟଙ୍କା ଦିଆଯାଇଥିଲା।
ପାରା ବ୍ୟାଡମିଣ୍ଟନ ତାରକାପ୍ରମୋଦ ଭଗବତଙ୍କୁ ସର୍ବାଧିକ ୧୩,୫୦୦୦୦ ଟଙ୍କା, ଦିବ୍ୟାଙ୍ଗ ଧାବିକା ଜୟନ୍ତୀ ବେହେରାଙ୍କୁ ୧୨ ଲକ୍ଷ, ରାଜେଶ ବେହେରଙ୍କୁ ୮ ଲକ୍ଷ ଓ ହକି ତାରକା ଦୀପସାନ୍ ତିର୍କିଙ୍କୁ ୮ ଲକ୍ଷ ଟଙ୍କା ମିଳିଥିଲା।
ବିଶ୍ୱକପ୍ ସଫଳତା ଲାଗି ଦୃଷ୍ଟିହୀନ କ୍ରିକେଟ ତାରକା ଜାଫର୍ ଇକବାଲ, ଏବଂ ସୁଖରାମ ମାଝି ୫ ଲକ୍ଷ ଟଙ୍କା ଲେଖାଏଁ ପାଇଥିଲେ। ସ୍ପେଶାଲ ଅଲମ୍ପିକ୍ସର ବିଚ୍ ଭଲିବଲ୍ ଖେଳାଳି ସରିତା ରାଉତରାୟଙ୍କୁ ଅଢେ଼ଇ ଲକ୍ଷ ମିଳିଥିଲା ବେଳେ ରିଲେ ଫର୍ମାଟରେ ଇଂଲିସ ଚ୍ୟାନେଲ ପାର୍ କରିଥିବା ଜି ନରହରିଙ୍କୁ ସାହସିକ ସଫଳତା ଲାଗି ୩ ଲକ୍ଷ ଟଙ୍କା ମିଳିଥିଲା।
ବିଶ୍ୱ ପୋଲିସ ଏବଂ ଫାୟାର ଗେମ୍ସର ସଫଳତା ଲାଗି ଧାବିକା ବୋନିତା ଲାକ୍ରା ଏବଂ ବିଘ୍ନରାଜ ମରିଦିଆଙ୍କୁ ୧ ଲକ୍ଷ ଲେଖାଏଁ ଦିଆଯାଇଥିଲା।
Tags: National Sports Day, Chief Minister, Naveen Patnaik, Biju Patnaik Sports Award 2016, Dutee Chand, Anuradha Biswal, Sports, Odisha Sports, AAC2017, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories, Biju Yuva Sashaktikaran Yojana

 

Comment