ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧରାପଡିଲା ବ୍ଲୁ ହ୍ୱେଲ ଗେମର ମାଷ୍ଟର ମାଇଣ୍ଡ।

ଏହି ମାଷ୍ଟରମାଇଣ୍ଡ ଜଣକ ହେଉଛନ୍ତି ଋଷୀୟ ଯୁବତୀ। ତାଙ୍କ ବୟସ ୧୭। ଏହି ଯୁବତୀଙ୍କୁ ଋଷିଆରୁ ଧରାଯାଇଥିବା ସୂଚନା ମିଳିଛି।
ଋଷିଆ ପୋଲିସ ଖାବରୋସ୍କୋ ରାଇ ଅଞ୍ଚଳରୁ ଏହି ଯୁବତୀଙ୍କୁ ଗିରଫ କରିଛି।
ବ୍ଲୁ ହ୍ବେଲ ଗେମକୁ ନେଇ ଗତ କିଛିଦିନ ହେଲା ସାରା ବିଶ୍ୱରେ ଆତଙ୍କ ଦେଖାଦେଇଥିଲା। ବିଶେଷକରି ଯୁବବର୍ଗମାନେ ଆତଙ୍କିତ ହୋଇ ଯାଇଥିଲେ। ଭାରତରେ ପ୍ରାୟ ୪ରୁ ଊର୍ଦ୍ଧ୍ୱ ନାବାଳକ ଏବଂ ନାବାଳିକା ବ୍ଲୁ ହ୍ବେଲ ଗେମରେ ଫସି ପ୍ରାଣ ହରାଇଥିବା ଜଣାପଡିଥିଲା। ବୁଧବାର ଦିନ ତାମିଲନାଡୁ ନାଗପୁରରେ ଜଣେ ଛାତ୍ର ଏହି ଖେଳରେ ଆତ୍ମହତ୍ୟା କରିଥିବା ଜଣାପଡିଛି।
ବର୍ତ୍ତମାନ ସୁଦ୍ଧା ଏହି ରହସ୍ୟମୟ ଖେଳରେ ବିଶ୍ୱର ପ୍ରୟ ୧୩୦ ଜଣକର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ଏହି ଗେମ୍ ନିର୍ମାଣ କରିଥିବା ଋଷୀୟ ନାଗରିକ ଫିଲିପ୍ ବୁଦେକିନ୍ ଦୋଷୀ ସାବ୍ୟସ୍ତ ହୋଇ ସାଇବେରିଆର ଏକ ଜେଲରେ ସଜା କାଟୁଛନ୍ତି।
ବ୍ଲୁ ହ୍ୱେଲ ଗେମ୍ କ’ଣ
ସିକ୍ରେଟ ଗ୍ରୁପରେ ଖେଳାଯାଉଥିବା ଏକ ଅନଲାଇନ୍ ଖେଳ ହେଉଛି ବ୍ଲୁ ହ୍ୱେଲ ଗେମ୍। ଏହା ଆତ୍ମହତ୍ୟା କରିବାକୁ ଖେଳାଳିଙ୍କୁ ଉସକାଇଥାଏ।
ହ୍ୱାଟ୍‌‍ସଆପ୍, ଇନଷ୍ଟାଗ୍ରାମ, ଫେସବୁକ୍ ଭଳି ସୋସିଆଲ ସାଇଡରେ ଏହି ଖେଳ ଖେଳିବା ପାଇଁ ଇନଭାଇଟ୍ ଆସିଥାଏ। ୫୦ ଦିନର ଅବଧି ଖେଳ ପାଇଁ କିଏ ଯୋଗ୍ୟ ତାହା ଆଡମିନ୍ ହିଁ ଚୟନ କରିଥାଏ।
ଏହି ଖେଳରେ ଖେଳାଳି ହାତ କାଟି, ଭୋର ୪ଟାରୁ ଉଠି ହରର୍ ମୁଭି ଦେଖିବା, ହାତକୁ ଛୁଞ୍ଚିରେ ଫୋଡିବା, ଉଚ୍ଚା କୋଠାର ଏକ କୋଣରେ ଠିଆ ହୋଇ ଆଡମିନ୍ ପାଖକୁ ସେଲଫି ଉଠାଇ ପଠାଇବା ହେଉଛି ଏହି ଖେଳର ନିୟମ। ୫୦ତମ ଚ୍ୟାଲେଞ୍ଜରେ ମୋବାଇଲ ସେଲ୍ଫି ମୋଡରେ ଆତ୍ମହତ୍ୟା କରିବାର ରହିଛି।
ବିଶେଷକରି ଦୁର୍ବଳ ମାନସିକତା ଏବଂ ପରିବାରଠାରୁ ଦୂରେଇ ରହୁଥିବା ପିଲା ଏହି ଖେଳର ସହଜ ଶିକାର ହୋଇଥା’ନ୍ତି।
Tags: Blue Whale, Blue Whale game, Human Psychology, Internet Game, Online Game, Social Media, Bhubaneswar News, Breaking News,Latest News, Odisha Breaking News, Odisha News, Odisha Stories, Odisha Top Stories

LEAVE A REPLY

Please enter your comment!
Please enter your name here