ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିଜା ଲଭରଙ୍କ ପାଇଁ ଖୁସି ଖବର। ପିଜା ଖାଇବାକୁ ଏଣିକି ଗ୍ରାହକମାନଙ୍କୁ ଦୋକାନ ଯିବାକୁ ପଡିବ ନାହିଁ। କାରଣ ଫୋର୍ଡ ମୋଟର ଏବଂ ଡୋମିନସ୍ ପିଜା ପକ୍ଷରୁ ସେପ୍ଟେମ୍ବରରୁ ନୂଆ ପଦକ୍ଷେପ ନିଆଯାଉଛି। ଅର୍ଡର କରିବା ମାତ୍ରେ ସ୍ୱୟଂ ଚାଳିତ ଗାଡ଼ିରେ ପିଜା ଘରେ ପହଞ୍ଚାଇବାକୁ ଯୋଜନା କରାଯାଉଛି।
ପ୍ରଥମ ଥର ପାଇଁ କମ୍ପାନୀ ତରଫରୁ ଏଭଳି ପଦକ୍ଷେପ ନିଆଯାଉ ନାହିଁ। ଅଷ୍ଟ୍ରେଲିଆର ଡୋମିନସ୍ ପିଜା ଏଣ୍ଟରପ୍ରାଇଜେସ୍ ଏବଂ ଆନ୍ ଆରବର୍ କମ୍ପାନୀର ଏକ ବଡ଼ ଫ୍ରାଞ୍ଚାଇଜ୍ ପକ୍ଷରୁ ପୂର୍ବରୁ ଏନେଇ ନ୍ୟୁଜଲାଣ୍ଡରେ ପରୀକ୍ଷାମୂଳକ ଭାବେ ଡେଲିଭର କରାଯାଇଛି। ଡ୍ରୋନ୍ ଏବଂ ସ୍ୱୟଂଚାଳିତ ରୋବର୍ଟ ମାଧ୍ୟମରେ ଏହି କାର୍ଯ୍ୟ କରାଯାଇଥଲା। ଆଉ ଏଥରେ ସଫଳତା ମଧ୍ୟ ମିଳିଥିଲା।
ଫୋର୍ଡ ସ୍ୱୟଂଚାଳିତ ଏବଂ ବୈଦ୍ୟୁତିକ ଗାଡ଼ି ବିଭାଗର ମୁଖ୍ୟ ସେରିଫ୍ ମେରିକବେ ବ୍ଲଗ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, ଆମ ସହ ସହଭାଗିତା ହେବା ପାଇଁ ଆସୁଥିବା କମ୍ପାନୀକୁ ଆମେ କେବେ ନିରାଶ କରିନାହୁଁ। ଅତୀତରେ ବହୁ ପାର୍ଟନରଙ୍କୁ ସ୍ୱୟଂଚାଳିତ ଗାଡ଼ି ଯୋଗାଇ ଦେଇ ଫୋର୍ଡ ସହଯୋଗ କରି ଆସିଛି। ଡୋମିନସ୍ କମ୍ପାନୀକୁ ମଧ୍ୟ ପୂର୍ଣ୍ଣ ସହଯୋଗ କରାଯିବ।
୨୦୨୧ ସୁଦ୍ଧା ବ୍ୟବସାୟ ଉଦ୍ଦେଶ୍ୟରେ ଫୋର୍ଡ ସ୍ୱୟଂଚାଳିତ ଗାଡି ବଜାରକୁ ଛାଡ଼ିବ ବୋଲି କମ୍ପାନୀର କାର୍ଯ୍ୟନିର୍ବାହୀ କିଛିଦିନ ତଳେ ସୂଚନା ଦେଇଥିଲେ। ତେବେ ଡୋମିନସ୍ ଗ୍ରାହକଙ୍କ ପାଖରେ ପିଜା ପହଞ୍ଚାଇବାକୁ ଇଚ୍ଛା ପ୍ରକାଶ କରିବାରୁ ଫୋର୍ଡ କମ୍ପାନୀ ସ୍ୱୟଂଚାଳିତ ଗାଡ଼ି ଉଦ୍ଭାବନ ଉପରେ ଅଧିକ ଫୋକସ୍ କରୁଛି।
ଆନ ଆରବର୍ ଅଞ୍ଚଳର କିଛି ବଛାବଛା ଗ୍ରାହକଙ୍କ ଘରେ ପିଜା ପହଞ୍ଚାଇବାକୁ ଉଦ୍ୟମ କରାଯିବ। ଜିପିଏସ୍ ଜରିଆରେ ଗ୍ରାହକମାନେ ପିଜା ଡେଲିଭରି ପ୍ରକ୍ରିୟାର ଟ୍ରାକ୍ କରିପାରିବେ। ପିଜା ଘରେ ପହଞ୍ଚିବା ପରେ ମୋବାଇଲକୁ ଏକ ମ୍ୟାସେଜ୍ ମଧ୍ୟ କମ୍ପାନୀ ତରଫରୁ ଯିବାର ବ୍ୟବସ୍ଥା କରାଯାଇଛି।
ରାସ୍ତାରୁ ୫୦ ଫୁଟ ଦୂରରେ ରହୁଥିବା ଲୋକଙ୍କ ପାଖରେ ଏହି ବ୍ୟବସ୍ଥା ପହଞ୍ଚାଇବାକୁ ଉଦ୍ୟମ କରାଯାଉଛି। ୫ ମହଲା ଉପରେ ରହୁଥିବା ଲୋକଙ୍କ ପାଖରେ ସ୍ୱୟଂଚାଳିତ ଗାଡି ପହଞ୍ଚିବାରେ ଅସୁବିଧା ହେବ ବୋଲି ଡୋମିନସ୍ ମୁଖପାତ୍ର ଜେନି ଫୋରାକ୍ରେ କହିଛନ୍ତି।
Tags: Domino’s Pizza, Pizza, Blogs, Ford, GPS, Automation, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment