ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁସାରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ବ୍ୟାଙ୍କ୍ ଓ ବୀମା କମ୍ପାନୀରେ କାମ କରୁଥିବା ବଡ଼ ଅଫିସରଙ୍କ ପୁଅଝିଅଙ୍କୁ  ଅନ୍ୟ ପଛୁଆବର୍ଗ ବା ଓବିସି ସଂରକ୍ଷଣ ଆଉ ମିଳିବ ନାହିଁ। ଏଇସବୁ ସଂସ୍ଥାରେ କାମ କରୁଥିବା ସେହି କର୍ମଚାରୀଙ୍କୁ ସଂରକ୍ଷଣ ମିଳିବ ଯେଉଁମାନେ କ୍ରିମି ଲେୟାର ଭିତରେ ଆସୁନାହାନ୍ତି। ବୁଧବାର ଦିନ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଯେଉଁଦିନଠାରୁ ମଣ୍ଡଳ କମିଶନ ରିପୋର୍ଟ କାର୍ଯ୍ୟକାରୀ କରାଗଲା ଏବଂ ସରାକରୀ ଚାକିରିରେ ଓବିସି ସଂରକ୍ଷଣ ଆରମ୍ଭ ହେଲା ସେହି ସମୟଠାରୁ କେବଳ କେନ୍ଦ୍ର ସରକାରଙ୍କ ସିଧାସଳଖ କର୍ମଚାରୀଙ୍କ କ୍ଷେତ୍ରରେ ହିଁ ଏହା ଲାଗୁ ହୋଇଥିଲା। କିନ୍ତୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ବ୍ୟାଙ୍କ୍ ଆଦି ସଂସ୍ଥା ଏଥିରୁ ବାଦ୍ ପଡ଼ିଥିଲେ। ଅନ୍ୟ ଅର୍ଥରେ କ୍ରିମି ଲେୟାର ଭିତରେ ଆସୁଥିବା ଅଧିକାରୀଙ୍କ ପିଲାଛୁଆମାନେ ମଧ୍ୟ ଏହି ସଂରକ୍ଷଣର ସୁବିଧା ନେଇ ଚାଲିଥିଲେ।
ବିଗତ କିଛି ବର୍ଷ ଧରି ଏହି ଦାବି ହୋଇଆସିଥିଲା। ଏବେ ସରକାର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଗତ ସପ୍ତାହରେ ମୋଦି ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି ଯାହାଫଳରେ କି  ଓବିସି  ଭିତରେ ଆସୁଥିବା ବିଭିନ୍ନ ବର୍ଗଙ୍କୁ ମଧ୍ୟ ଅଲଗା ଅଲଗା କରାଯିବ। ଏହାକୁ କୁହାଯାଉଛି ସବ୍‌କାଟାଗୋରାଇଜେସନ୍। ଏହି କମିଟି  ବର୍ତ୍ତମାନ ସ୍ଥିର କରିବ ଓବିସି ଭିତରେ ମଧ୍ୟ କିଏ ସଂରକ୍ଷଣ ସୁବିଧା ପାଇବ ଓ କାହାକୁ ଏହା ମିଳିବ ନାହିଁ। ଏହାକୁ କୁହାଯାଉଛି ‘ମଣ୍ଡଳ ପାର୍ଟ-୨’।
ମନେପକାଇ ଦିଆଯାଇପାରେ ଯେ ଗତ ସପ୍ତାହରେ କେନ୍ଦ୍ର ସରକାର ଆଉ ଏକ ନିଷ୍ପତ୍ତି ନେଇଥିଲେ ଯେ କ୍ରିମି ଲେୟାରରେ ଆସୁଥିବା ଓ ବାର୍ଷିକ ୮ଲକ୍ଷ ରୋଜଗାର କରୁଥିବା ଅଫିସରମାନଙ୍କୁ ଆଦୌ ସଂରକ୍ଷଣ ମିଳିବ ନାହିଁ। ପୂର୍ବରୁ ଏହି ସୀମା ୬ ଲକ୍ଷ ଟଙ୍କା ଥିଲା।
Tags: Other Backward classes, OBC, Cremy Layer, Non-Creamy Layer, Mandal Part-2, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

 

Comment