ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାବାସୀଙ୍କ ପାଇଁ ଆଉ ଏକ ଖୁସି ଖବର।
ଜାତୀୟ ସ୍ତରରେ ଆଉ ଜଣେ ଓଡ଼ିଆ ମହିଳା କମାଲ୍ ଦେଖାଇଛନ୍ତି। ଓଡ଼ିଶାରେ ଜନ୍ମିତ ବରିଷ୍ଠ ପ୍ରଶାସକ ଅନୀତା ପଟ୍ଟନାୟକ ଡେପ୍ୟୁଟି କମ୍ପଟ୍ରୋଲର ଏବଂ ଅଡିଟର ଜେନେରାଲ ଭାବେ ନିଯୁକ୍ତି ପାଇଛନ୍ତି। ଏହାକୁ ନେଇ ଓଡ଼ିଶାରେ ଖୁସିର ମାହୋଲ ଦେଖିବାକୁ ମିଳିଛି।
ବିଗତ ଦିନରେ ବହୁ ଓଡ଼ିଆ ଜାତୀୟ ସ୍ତରରେ ପ୍ରତିଷ୍ଠିତ ହୋଇ ଓଡ଼ିଶାକୁ ଗୌରବାମ୍ୱିତ କରିବା ପରେ ଶ୍ରୀମତୀ ପଟ୍ଟନାୟକ ହେଉଛନ୍ତି ଆଉ ଜଣେ ଓଡ଼ିଆ ମହିଳା।
ଏହି ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେବାରେ ଶ୍ରୀମତୀ ପଟ୍ଟନାୟକ ହେଉଛନ୍ତି ପ୍ରଥମ ଓଡ଼ିଆ ମହିଳା।
ଶ୍ରୀମତୀ ପଟ୍ଟନାୟକ ହେଉଛନ୍ତି ସିଲଭର ସିଟି କଟକର ବାସିନ୍ଦା।  ଓଡ଼ିଶା ପୋଲିସର ପୂର୍ବତନ ଡିଜିପି ସ୍ୱର୍ଗତ କିଶୋର ଚନ୍ଦ୍ର ପଟ୍ଟନାୟକଙ୍କ ଝିଅ ହେଉଛନ୍ତି ଅନୀତା।
ଶ୍ରୀମତୀ ପଟ୍ଟନାୟକ ହେଉଛନ୍ତି ଇଣ୍ଡିଆନ୍ ଅଡିଟ୍ ଆଣ୍ଡ ଆକାଉଣ୍ଟସ୍ ସର୍ଭିସର ୧୯୮୨ ବ୍ୟାଚ ଅଫିସର। କର୍ଣ୍ଣାଟକ ରାଜ୍ୟର ପ୍ରମୁଖ ଆକାଉଣ୍ଟ ଜେନେରାଲ ଭାବେ ସେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ଖାଲି ସେତିକି ନୁହେଁ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ମଧ୍ୟ ସେ ଅଡିଟର ଜେନେରାଲ ଭାବେ କାର୍ଯ୍ୟ କରିଛନ୍ତି।
ସେ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଏବଂ ଲଣ୍ଡନ ସ୍କୁଲ ଅଫ୍ ଇକୋନମିକ୍ସରେ ଉଚ୍ଚ ଶିକ୍ଷା ହାସଲ କରିବା ପରେ ଇଣ୍ଡିଆନ୍ ଅଡିଟ୍ ଆଣ୍ଡ ଆକାଉଣ୍ଟସ ସର୍ଭିସରେ ଯୋଗ ଦେଇଥିଲେ।

Tags: Anita Pattanayak, Deputy CAG, Deputy Comptroller of Auditor General, Department of Personnel and Training, DoPT, Odia Woman, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment