ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ଥଗିତ ହେଲା ମିଳିତ ଶିକ୍ଷକ ସଂଘ ଆନ୍ଦୋଳନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ଲକଗ୍ରାଣ୍ଟ ଉଚ୍ଛେଦ ଘୋଷଣା କରିବା ପରେ ସଂଘ ଏହି ନିଷ୍ପତ୍ତି ନେଇଛି।
ବ୍ଲକଗ୍ରାଣ୍ଟ ଉଚ୍ଛେଦ କରି ମୁଖ୍ୟମନ୍ତ୍ରୀ ଗ୍ରାଣ୍ଟ-ଇନ୍-ଏଡ୍ ବ୍ୟବସ୍ଥା ଲାଗୁ କରିଛନ୍ତି। ଏହି ବ୍ୟବସ୍ଥାରେ ବ୍ଲକଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ପୂରା ଦରମା ପାଇବେ।
ରାଜ୍ୟ ସଚିବାଳୟରେ ଏନେଇ ଶୁକ୍ରବାର ସନ୍ଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଯେଉଁଥିରେ ଦୁଇଜଣ ମନ୍ତ୍ରୀ ଏବଂ ଶିକ୍ଷକ ସଂଘ ପ୍ରତିନିଧି ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ୧୭ ଦିନର ଆନ୍ଦୋଳନ ସ୍ଥଗିତ କରାଯାଇଛି।
ବ୍ଲକଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକମାନେ ରାଜରାସ୍ତାକୁ ଓହ୍ଲାଇ ଆସିଥିଲେ। ପ୍ରାୟ ୫ ହଜାର ଶିକ୍ଷକ, ଅଧ୍ୟାପକ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।  ଦାବି ପୂରଣ ନ ହେଲେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଜିଦ୍ ଧରିଥିଲେ।
ଆନ୍ଦୋଳନରତ ଶିକ୍ଷକଙ୍କୁ ବୁଝାଇବା ପାଇଁ ପ୍ରଥମେ ଶାସକ ଦଳର ଦୁଇ ବିଧାୟକ ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ ଧାରଣାସ୍ଥଳକୁ ଆସିଥିଲେ। କୌଣସି ନିର୍ଯ୍ୟାସ ବାହାରି ନଥିଲା। କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିଜେପି ନେତା ବିଜୟ ମହାପାତ୍ର ଧାରଣାସ୍ଥଳକୁ ଆସି ଆନ୍ଦୋଳନକୁ ସମର୍ଥନ କରିଥିଲେ।
ଏନେଇ ଶିକ୍ଷକ ସଂଘ ସହ ସରକାର ୪ ଥର ଆଲୋଚନା କରିଥିଲେ। ହେଲେ ତାହା ବିଫଳ ହୋଇଥିଲା। ଆନ୍ଦୋଳନ ତୀବ୍ରତର ହେବାରୁ ଶେଷରେ ମୁଖ୍ୟମନ୍ତ୍ରୀ ବ୍ଲକଗ୍ରାଣ୍ଟ ଉଚ୍ଛେଦ କରିବାକୁ ଘୋଷଣା କରିଛନ୍ତି।

Tags: Bhubaneswar News, Block Grant Colleges, Block Grant High schools, Block Grant Teachers, Breaking News, Dharmendra Pradhan, Latest News, Naveen Patnaik, Odisha Breaking News, Odisha CM, Odisha Education, Odisha News, Odisha Stories, Odisha Top Stories, Sikhya Sahayaka Rally, Teachers Strikes, Top Stories

Comment