ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଛି ଦିନ ହେଲା ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯା ରାୟ ବଚ୍ଚନଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁ ଫଟୋ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। କାରଣ ଏହି ଫଟୋରେ ଐଶ୍ୱର୍ଯା ଲଣ୍ଡା ହୋଇଥିବା ଦେଖିବାକୁ ମିଳିଛି। କୁହାଯାଉଛି, ଐଶ୍ୱର୍ଯା ରାୟ ବଚ୍ଚନ ତାଙ୍କର ସୁନ୍ଦର କେଶକୁ ତିରୁମଲାରେ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଅର୍ପଣ କରିଛନ୍ତି।
ଭାଇରାଲ ହୋଇଥିବା ଏହି ଫଟୋ ସହ ଲେଖାଯାଇଛି, “ସବୁ ସମୟରେ ସୁନ୍ଦରୀ ଦେଖାଯିବା ହେଉଛି ପ୍ରକୃତ ସୌନ୍ଦର୍ଯ୍ୟ। ଇଶ୍ୱରଙ୍କ ନିକଟରେ ସୌନ୍ଦର୍ଯ୍ୟ ଅର୍ପଣ କରିଦେବା ଜଣଙ୍କୁ ଆହୁରି ସୁନ୍ଦରୀ କରିଥାଏ। ଦୁନିଆର ସବୁଠୁ ସୁନ୍ଦରୀ ମହିଳା ହୁଅନ୍ତୁ କିମ୍ବା ସାଧାରଣ ଦେଖାଯାଇଥିବା ବୃଦ୍ଧା ମହିଳା ହୁଅନ୍ତୁ, ଭଗବାନଙ୍କ ନିକଟରେ ଦୁଇ ଜଣଯାକ ସମାନ। ଐଶ୍ୱର୍ଯା ରାୟ ବଚ୍ଚନ ନିଜ କେଶ ତିରୁମାଲାରେ ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ ଦାନ କରିଛନ୍ତି।”
ଐଶ୍ୱର୍ଯାଙ୍କ ଲଣ୍ଡା ହେବା ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବା ମାତ୍ରେ ଚାହୁଁ ଚାହୁଁ ଏହା ଭାଇରାଲ ହୋଇ ଯାଇଥିଲା। ଲକ୍ଷ ଲକ୍ଷ ଲୋକ ଏହାକୁ ପସନ୍ଦ କଲେ ଏବଂ ସେୟାର ବି କଲେ। ଅନ୍ୟପଟେ କୋଟି କୋଟି ଲୋକଙ୍କ ସ୍ୱପ୍ନର ରାଣୀ ଐଶ୍ୱର୍ଯାଙ୍କ ଏହି ଫଟୋ ତାଙ୍କର ଅଗଣିତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ସେମାନଙ୍କ ମନରେ ପ୍ରଶ୍ନ ଉଠିଥିଲା ସତରେ କଣ ବିଶ୍ୱସୁନ୍ଦରୀ ସଂପୂର୍ଣ୍ଣ ଲଣ୍ଡା ହୋଇପଡ଼ିଛନ୍ତି।
ହେଲେ ଏହି ସନ୍ଦେହ ଅଧିକ ଦିନ ଧରି ରହିନଥିଲା। ଏବେ ଘଟଣା ପଛର ସତ ପଦାକୁ ଆସିଛି। ଫଟୋ ପଛରେ ସତ କ’ଣ ମିଛ କ’ଣ ସାମନାକୁ ଆସିଛି।
ଯେଉଁ ଫଟୋ ଭାଇରାଲ ହୋଇଛି, ତାହା ବହୁ ଦିନ ତଳର। ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କ ମନ୍ଦିରକୁ ପୂର୍ବରୁ ବାରମ୍ବାର ଯାଇଛନ୍ତି ଐଶ୍ୱର୍ଯା। ମନ୍ଦିର ଯାଇଥିବା ବେଳେ ସେଠାରେ ଉଠାଇଥିବା ଏକ ପୁରୁଣା ଫଟୋକୁ ଫଟୋସପ୍ ଜରିଆରେ ଏପରି ରୂପ ଦିଆଯାଇଥିବା ସ୍ପଷ୍ଟ ହୋଇଛି।
ଯେଉଁ ଫଟୋକୁ ଏହି ରୂପ ଦିଆଯାଇଛି, ସେହି ଅରିଜିନାଲ୍ ଫଟୋ ମଧ୍ୟ ସାମନାକୁ ଆସିଛି। ଲଣ୍ଡା ହୋଇଥିବା ଚିତ୍ର ସହ ଅରିଜିନାଲ୍ ଫଟୋକୁ ଦେଖିଲେ ସବୁ ସତ ବୁଝାପଡୁଛି। ଯେଉଁ ଭାବଭଙ୍ଗୀରେ ମୂଳ ଫଟୋ ରହିଛି, ସମାନ ଭାବଭଙ୍ଗୀରେ ଲଣ୍ଡା ହୋଇଥିବା ଫଟୋ ସୋସିଆଲ ମିଡିଆରେ ଘୁରିବୁଲୁଛି।
ଏହାକୁ ଦେଖି ଐଶ୍ୱର୍ଯାଙ୍କ ଆଉ କେତେକ ଫଟୋକୁ ମଧ୍ୟ ଲଣ୍ଡା ରୂପ ଦିଆଯାଇଥିବା ଦେଖିବାକୁ ମିଳିଛି।
Tags: Aishwarya Ray, Bald Aishwarya Ray, Aishwarya Ray Bachhan, Bald Photograph, Social Media, Viral Photo, Morphing, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment