ଓଡ଼ିଶାଲାଇଭ ବ୍ୟୁରୋ

ବେଆଇନ୍ ଖଣି କାରବାର ମାମଲାରେ ରାଜ୍ୟ ସରକାର ଖଣି ଲିଜଧାରୀଙ୍କୁ ନୋଟିସ ଜାରି କରିଛନ୍ତି।  କୋଇଡା ସମେତ ୧୫୨ ଲିଜଧାରୀଙ୍କୁ ଏହି ନୋଟିସ ଜାରି କରାଯାଇଛି। କେବଳ କୋଇଡା ଅଞ୍ଚଳର ୪୭ ଜଣଙ୍କୁ ନୋଟିସ ଜାରି ହୋଇଛି। ଏହି ଲିଜଧାରୀଙ୍କଠାରୁ ଜରିମାନା ଆଦାୟ କରିବାକୁ ସରକାର ନୋଟିସ ଦେଇଛନ୍ତି।
ପରିବେଶ ମଞ୍ଜୁରୀ ଉଲ୍ଲଂଘନ ପ୍ରସଙ୍ଗ ନେଇ ସରକାର ନୋଟିସ ଜାରି କରିଛନ୍ତି। ଡିସେମ୍ବର ୩୧ ପୂର୍ବରୁ ଜରିମାନା ଦେବାକୁ ନୋଟିସରେ ଉଲ୍ଲେଖ ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ଏହି ନୋଟିସ ଦେଇଛନ୍ତି।
ଅନ୍ୟପକ୍ଷେ ଖଣି ଦୁର୍ନୀତିର ଜୋରିମାନା ଆଦାୟ ଲାଗି ରାଜ୍ୟ ସରକାର ଯେଉଁ ନୀତି କରିଛନ୍ତି ତାହାକୁ ବିଜେପି ସମାଲୋଚନା କରିଛି। ଦଳ ପକ୍ଷରୁ ଯୋଡା ମଣ୍ଡଳଠାରେ ଥିବା ଖଣି ଉପ -ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି।
ପୂର୍ବରୁ ରାଜ୍ୟ ସରକାର ୫୯ ହଜାର କୋଟି ଟଙ୍କାର ଖଣି ଲୁଟ୍ ହୋଇଥିବା ଆକଳନ କରିଥିଲେ। ହେଲେ ଏବେ ୧୭ ହଜାର କୋଟି ଟଙ୍କା ସରକାର ଆଦାୟ କରିବେ।
ବେଆଇନ୍ ଖଣି ଲିଜଧାରୀଙ୍କ ପାଖରୁ ଶତ ପ୍ରତଶତ ଜରିମାନା ଆଦାୟ କରିବାକୁ ସୁପ୍ରିମକୋର୍ଟ ଅଗଷ୍ଟ ୩ରେ ରାୟ ଦେଇଥିଲେ। ତେବେ କେତେ ଟଙ୍କା ଜରିମାନା ବାବଦରେ ଆଦାୟ କରାଯିବ ସେନେଇ ରାଜ୍ୟ ସରକାର ଆଇନଗତ ତର୍ଜମା କରୁଥିଲେ।

Tags: Mines, Mines Scam, Supreme Court, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment