ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋସିଆଲ ମିଡିଆରେ ଆଜିକାଲି ଧୁମ୍ ମଚେଇଛି ଏହି ସୋନୁ ଗୀତ।
ଖାଲି ଭାରତରେ ନୁହେଁ ପାକିସ୍ତାନ ପର୍ଯ୍ୟନ୍ତ ପହଞ୍ଚିଗଲାଣି ଏହି ମଜାଦାର ଗୀତ।
ବିଗତ କିଛି ଦିନ ଧରି ଫେସବୁକ୍ ସମେତ ସୋସିଆଲ ମିଡିଆରେ ‘ସୋନୁ’ ଶୀର୍ଷକ ଏହି ଗୀତ କେବଳ ଭାଇରାଲ ହୋଇଛି ତାହା ନୁହେଁ ଯିଏ ଏହାକୁ ଶୁଣୁଛି ଏଥିରେ ମଜିଯିବା ଦେଖାଯାଉଛି।
ଏହି ଗୀତଟି ଇତି ମଧ୍ୟରେ ଅଧିକାଂଶ ଭାରତୀୟ ଭାଷାରେ ମଧ୍ୟ ପ୍ରସ୍ତୁତ ହୋଇ ବେଶ୍ ଲୋକପ୍ରିୟତା ହାସଲ କରିଛି। ମଜା କଥା ହେଉଛି ଏହି ଗୀତକୁ ନେଇ ଯିଏ ଯେଉଁ ପ୍ରକାର ବୋଲ ଲେଖିପାରିଲା ଓ ଯିଏ ଯାହାକୁ ସମାଲୋଚନା କରିପାରିଲା।
ଗୀତର ଆରମ୍ଭ ‘ସୋନୁ ମୋ ଉପରେ ଭରସା ନାହିଁକି’। ତା’ ପରେ ଗୀତ ଟୁଇଷ୍ଟ ହେଉଛି। ସବୁଠାରୁ ବଡ଼ କଥା ହେଉଛି ଗୀତର ଧୁନ୍ ଆଉ ଏଥିପାଇଁ ଏହାର ଲୋକପ୍ରିୟତା।
ଗୀତଟି ଏତେ ପ୍ରଭାବ ପକାଇଛି ଓ ପ୍ରତିକ୍ରିୟା ସୃଷ୍ଟି କରିଛି ଯେ କେହି କେହି ଏହାର କିଛି ଭର୍ସନ ବିରୁଦ୍ଧରେ କୋର୍ଟ କଚେରୀ ପର୍ଯ୍ୟନ୍ତ ଗଲେଣି।
ଗୀତ ପଛର କାହାଣୀ ହେଉଛି ଏହା ଏକ ମରାଠି ଫୋକ୍ ବା ଲୋକ ଗୀତର ଟ୍ୟୁନ୍। ମୁମ୍ବାଇର ଜଣେ ସଂଗୀତ ନିର୍ଦ୍ଦେଶକ ଅଜୟ କ୍ଷୀରସାଗର ଏହାର ସ୍ରଷ୍ଟା। ତାଙ୍କ ସାନ ଭାଇ ଯେତେବେଳେ ହ୍ୱାଟ୍‌‍ସଆପରେ ଏକ ଛୋଟ କ୍ଲିପ୍ ପଠାଇଲେ, ଅଜୟ ଚାହିଁଲେ ତାକୁ ନେଇ ଏକ ଗୀତ ଲେଖିବେ।ତା ପରେ ଯାହା ହେଲା ସେ କଥା କହିବା ଅନାବଶ୍ୟକ।
ୟୁଟ୍ୟୁବରେ ଅପଲୋଡ ହେବା ପର ଠାରୁ ମୂଳ ଗୀତ ‘ସୋନୁ ତୁଝା ମୁଝ୍ୟାୱାର ଭରୋସା ନାୟ କାୟ’କୁ ଏ ଯାଏଁ ପାଖାପାଖି କୋଟିଏ ଦର୍ଶକ ଦେଖି ସାରିଲେଣି। ଏହି ଗୀତର କେତେ ଶାଖା ମେଲିଲାଣି ତା’ର ହିସାବ ନାହିଁ।
ଓଡ଼ିଆରେ ମଧ୍ୟ ସୋନୁ ଗୀତର ଗୁଡ଼ାଏ ଭିଡ଼ିଓ ଅପଲୋଡ ହୋଇସାରିଛି। ପପୁ ପମ ପମଙ୍କ ଭିଡିଓ ଏଥିମଧ୍ୟରୁ ଗୋଟିଏ।
ସୋନୁ ଗୀତ ବିଶେଷ କରି ଯୁବବର୍ଗଙ୍କ ଠାରେ ବେଶ୍ ଲୋକପ୍ରିୟ ହୋଇଛି ଓ ସେମାନେ ବିଭିନ୍ନ ପ୍ରସଙ୍ଗରେ ନିଜର ଅସନ୍ତୋଷ ବ୍ୟକ୍ତ କରିବା ପାଇଁ ସାଙ୍ଗ ସାଥୀଙ୍କ ସହ ଗୀତ ଗାଇ ଏହାକୁ ଅପଲୋଡ କରୁଛନ୍ତି।
Tags: Social Media, YouTube, Sonu, Sonu Song, Papu Pompom, Odia Album, Marathi Album, Ajay Kshirsagar, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

2 COMMENTS

Comment