ଓଡ଼ିଶାଲାଇଭ୍‌ ବ୍ୟୁରୋ

ହରିଆଣା ସିରସାସ୍ଥିତ ଡେରା ସଚ୍ଚା ସୌଦା ଆଶ୍ରମରେ ଜାରି ରହିଛି ପୁଲିସର ସର୍ଚ୍ଚ ଅପରେସନ। ସର୍ଚ୍ଚ ଅପରେସନ୍ ଯେତିକି ବାଟ ଆଗାଉଛି, ସେତିକି ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି। ରାମରହିମଙ୍କ ପାପ କାମର ପର୍ଦ୍ଦାଫାସ ହେବାରେ ଲାଗିଛି। ପ୍ରକୃତରେ ଏତେ ବଡ଼ ପାପ ସାମ୍ରାଜ୍ୟ ଗଢି ରାମରହିମ କ’ଣ କରିବାକୁ ଚାହୁଁଥିଲେ, ତାହା ମଧ୍ୟ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଡେରା ଆଶ୍ରମରେ ଏକ ବେଆଇନ ବାରୁଦ କାରଖାନାକୁ ସିଜ୍ କରାଯାଇଛି। ପ୍ରାୟ ୮୦ କାର୍ଟୁନ ବାରୁଦ ଜବତ କରିଛି ପୁଲିସ। କାହିଁକି ବିସ୍ଫୋରକ ତିଆରି ହେଉଥିଲା, ଏଗୁଡିକ କେତେ ଶକ୍ତିଶାଳୀ, କେଉଁ କାର୍ଯ୍ୟରେ ଲଗାଯିବାର ଯୋଜନା ଥିଲା, ତାହା ପରୀକ୍ଷା କରୁଛି ଫରେନ୍‌ସିକ ଟିମ୍। ସେପଟେ ଡେରା ପକ୍ଷରୁ ସଫେଇ ଦିଆଯାଇଛି ଯେ ବାଣ ପାଇଁ ଏହି ବାରୁଦ ତିଆରି କରାଯାଉଥିଲା।
ବାରୁଦ କାରଖାନା ସିଜ୍ ହେବା ପରେ ହରିଆଣା ସରକାରଙ୍କର ଚିନ୍ତା ବଢିଯାଇଛି। ପୂର୍ବରୁ ପ୍ରାୟ ୭୦ଟି ବନ୍ଧୁକ ଜବତ କରାଯାଇଥିଲା ଡେରା ଅନୁଗାମୀଙ୍କ ନିକଟରୁ। ଅଗଷ୍ଟ ୨୫ ତାରିଖ ଦିନ ବଳାତ୍କାର ମାମଲାରେ ବାବାଙ୍କୁ ଦୋଷୀ ସାବ୍ୟସ୍ତ  କରାଗଲା ପରେ ଯେଉଁ ହିଂସାକାଣ୍ଡ ହୋଇଥିଲା, ପୁଲିସକୁ ଗୋଟିଏ ଏକେ-୪୭ ବନ୍ଧୁକ ମିଳିଥିଲା।
ସେପଟେ ଆଉ ଏକ କଥା ମଧ୍ୟ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି, ଡେରା ଆଶ୍ରମରେ କିଛି ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିଯୁକ୍ତି ଦେଇ ସେମାନଙ୍କୁ ତାଲିମ କାର୍ଯ୍ୟରେ ଲଗାଯାଇଥିଲା। ଆତ୍ମରକ୍ଷା କୌଶଳ ତାଲିମ ନେଉଥିଲେ ରାମରହିମଙ୍କ ଅତ୍ୟନ୍ତ ବିଶ୍ୱସ୍ତ ଅନୁଗତ।
ବାରୁଦ କାରଖାନା ଠାବ ହେବା ପରେ ଏବେ ପ୍ରଶ୍ନ ଉଠୁଛି, କ’ଣ ଥିଲା ଡେରାର ଯୋଜନା? ଦେଶ ବିରୋଧରେ ଅସ୍ତ୍ର ଉଠାଇବାକୁ ଷଡଯନ୍ତ୍ର କରୁଥିଲେ କି ରାମରହିମ?

Tags: Bhubaneswar News, Breaking News, CBI, Dera Sacha Sauda, Gurmeet Ram Rahim, Gurmeet Ram Rahim Singh, Hanipreet, Hanipreet Isnan, Latest News, Odisha Breaking News, Odisha News, Odisha Stories, Odisha Top Stories, Punjab, Ram Rahim, Ram Rahim Verdict, Rape Case, Top Stories

LEAVE A REPLY

Please enter your comment!
Please enter your name here