ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ଲାକ ପାଗୋଡା ବା କୋଣାର୍କ ସୂର୍ଯ୍ୟ ମନ୍ଦିରରେ ବହୁ ପ୍ରତୀକ୍ଷିତ ‘ଲାଇଟ ଆଣ୍ଡ ସାଉଣ୍ଡ’ ସୋ’ ଶନିବାର ସନ୍ଧ୍ୟାରେ ଉଦ୍‌ଘାଟନ ହେବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଇଣ୍ଡିଆ ଟୁରିଜିମ୍ ଡେଭଲପ୍‌ମେଣ୍ଟ କର୍ପୋରେସନ୍ (ଆଇଟିଡିସି)ର ମିଳିତ ଉଦ୍ୟମରେ ଏହି ବ୍ୟବସ୍ଥା କରାଯାଇଛି।
ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ରେ ପର୍ଯ୍ୟଟକମାନଙ୍କୁ କୋଣାର୍କ ମନ୍ଦିରର ଐତିହ୍ୟ, ସ୍ଥାପତ୍ୟ, ମନ୍ଦିରର ନିର୍ମାଣ ଶୈଳୀ ସମ୍ପର୍କରେ ୩ଟି ଭାଷାରେ ଅବଗତ କରାଯିବ। ଏକାସାଙ୍ଗେ ୨୫୦ ପର୍ଯ୍ୟଟକ ଏହାକୁ ଶୁଣି ପାରିବା ଲାଗି ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୨୫୦ ହେଡ୍‌ଫୋନ୍‌ର ମଧ୍ୟ ବ୍ୟବସ୍ଥା କରାଯାଇଛି।
ଶେଖର ସୁମନ ହିନ୍ଦୀରେ ଭଏସ ଦେଇଥିବା ବେଳେ ଇଂରାଜୀରେ କବୀର ବେଦୀ ଏବଂ ଓଡିଆରେ ବିଜୟ ମହାନ୍ତି ଭଏସ୍ ଦେଇଛନ୍ତି।
ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ ପାଇଁ ୮ଟି ହାଇ-ଡେଫିନେସନ ପ୍ରୋଜେକ୍ଟର ବ୍ୟବହାର କରାଯିବାର ବ୍ୟବସ୍ଥା ହୋଇଛି। ସନ୍ଧ୍ୟା ୭ଟାରୁ ୮ଟା ପର୍ଯ୍ୟନ୍ତ ଏହି ସୋ’ ପ୍ରଦର୍ଶନ କରାଯିବ ବୋଲି ଜଣାପଡିଛି।

Tags: Sun Temple, Konark, Unesco, world heritage site, light and sound show, Tourist, Nitin Jawale, Odisha Tourism, ITDC, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

 

Comment