ଓଡ଼ିଶାଲାଇଭ୍‌ ବ୍ୟୁରୋ

 ୨୦୧୯ ଏପ୍ରିଲ ମାସ ସୁଦ୍ଧା ଦେଶର ସମସ୍ତ ପ୍ରକାର କାରରେ ଏୟାରବ୍ୟାଗ୍ ଲାଗିବା ବାଧ୍ୟତାମୂଳକ ହେବ। ପୂର୍ବରୁ ଏହି ସମୟ ସୀମା ଥିଲ ଅକ୍ଟୋବର ୨୦୧୯। ସରକାର ଏହି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବା ଉପରେ। କେନ୍ଦ୍ର ସଡ଼କ ପରିବହନ ବିଭାଗ ପକ୍ଷରୁ ଏବେ ଏକ ଚିଠା ପ୍ରସ୍ତାବ ଆସିଛି। ଏହା ଗୃହୀତ ହେବା ପରେ ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ।
ଅନ୍ୟ ଏକ ସମ୍ବନ୍ଧିତ ନିଷ୍ପତ୍ତି ଅନୁସାରେ ବର୍ତ୍ତମାନ ଯେଉଁ ସବୁ କାର ମଡେଲ ରହିଛି ସେଥିରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ରଖାଯାଇଥିବା ସମୟ ସୀମାକୁ ମଧ୍ୟ ଆଗୁଆ କରାଯିବ ଓ କାର ନିର୍ମାତା ଏହାକୁ ମାନିବାକୁ  ବାଧ୍ୟ ହେବେ।
କାର ନିର୍ମାଣ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଭାରତର ସ୍ଥାନ ପଞ୍ଚମ। ଅଥଚ କାରରେ ଏୟାର ବ୍ୟାଗ ଖଞ୍ଜିବା ପାଇଁ ଆଇନଗତ ଭାବେ ସେମାନେ ବାଧ୍ୟ ନୁହନ୍ତି। ଅକ୍ଟୋବେର ୨୦୧୭ ପରଠାରୁ ଯେତେ କାର ତିଆରି ହେବ ସେଥିରେ ଏୟାର ବ୍ୟାଗ ଜରୁରୀ ବୋଲି ସରକାର ଘୋଷଣା କରିଥିଲେ। ତେବେ କାର କମ୍ପାନିମାନଙ୍କୁ ଦୁଇ ବର୍ଷ ମହଲତ ଦିଆଯାଇଥିଲା। ସେଇ ଅନୁସାରେ ୨୦୧୯ ଅକ୍ଟୋବର ସୁଦ୍ଧା ସବୁ ଗାଡ଼ିର ସାମ୍ନା ଭାଗରେ ଏୟାର ବ୍ୟାଗ ଲାଗିଥାଆନ୍ତ। ଏବେ ଏହାକୁ ୬ ମାସ ଆଗୁଆ କରାଯାଉଛି।
କାର ନିର୍ମାତାଙ୍କ ପାଇଁ ଚିନ୍ତାର ବିଷୟ ହେଲା ଯେ ୨୦୨୦ ସୁଦ୍ଧା ସେମାନଙ୍କୁ ସବୁ ଚାରି ଚକିଆ ରେ ବି ଏସ-୬ ପ୍ରଦୂଷଣ ନିୟନ୍ତ୍ରଣର ମାନ ଲାଗୁ କରିବା ପାଇଁ କୁହାଯାଇଛି। ଆଉ ଏବେ ଏୟାର ବ୍ୟାଗ ବ୍ୟବସ୍ଥା।ଏହା ସେମାନଙ୍କ ପାଇଁ ଅଧିକା ବୋଝ ହେବ ବୋଲି ଜଣାପଡ଼ିଛି।
ସ୍ରକାର ଏୟାର ବ୍ୟାଗକୁ ବାଧ୍ୟତାମୂଳକ କରିବା ପଛରେ କାରଣ ହେଉଛି ସିଟ ବେଲ୍‌ଟ ସହ ଏହା ଲାଗିଲେ ୮୦ ପ୍ରତିଶତ ଦୁର୍ଘଟଣା କମି ଯାଇପାରିବ। ଯଦି କାରରେ ଏୟାର ବ୍ୟାଗ ବ୍ୟବସ୍ଥା କଡାକଡି କରାଯାଏ ମଡେଲକୁ ଚାହିଁ ଗାଡ଼ିର ମୂଲ୍ୟ ନିହାତି କମରେ ୨୦ ହଜାର ଟଙ୍କା ବଢିବ।

Tags: Car Manufacturers, Airbags, Car Airbags, Media, Airbags in Cars, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

LEAVE A REPLY

Please enter your comment!
Please enter your name here