ଓଡ଼ିଶାଲାଇଭ୍‌ ବ୍ୟୁରୋ

ବେଙ୍ଗଲି ବିଉଟି ମାଳବିକା ବାନାର୍ଜୀ, ଆଉ ଏକ ଓଡ଼ିଆ ସିନେମା ‘ବଦମାସ୍-ଟୋକା’ ପରଦା ଉପରକୁ ଆସିବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ। ପୂର୍ବରୁ ଏହା ୨୦୧୬ ମସିହା ଡିସେମ୍ବର ଓ ପରେ ପରେ ଜୁନ୍ ମାସରେ ମୁକ୍ତିଲାଭ କରିବ ବୋଲି ଶୁଣାଯାଉଥିଲା। କୌଣସି ଅନିବାର୍ଯ୍ୟ କାରଣବଶତଃ ଏହାର ରିଲିଜରେ ବିଳମ୍ବ ହୋଇଛି।
ବର୍ତ୍ତମାନର ଘୋଷଣା ଅନୁଯାୟୀ ସିନେମାଟି ଆସନ୍ତା ସେପ୍ଟେମ୍ବର ମାସ ୧୫ ତାରିଖରେ ପରଦା ଉପରକୁ ଆସିବ ବୋଲି ଜଣାପଡ଼ିଛି। ମାଳବିକାଙ୍କ ବିପକ୍ଷରେ ‘ବଦ୍‌ମାସ-ଟୋକା’ ଉଦୟନ୍ ଅପରାଜିତ୍ ଓଲିଉଡ୍‌ରେ ଏଣ୍ଟ୍ରି କରିବେ। ଏସ କେ ଏଣ୍ଟରଟେନମେଣ୍ଟ ବ୍ୟାନର ନିବେଦିତ ଏହି ସିନେମାର ପ୍ରଯୋଜନା କରିଛନ୍ତି ସୌଭାଗ୍ୟ ପରିଡ଼ା।
ଅନ୍ୟମାନଙ୍କ ବ୍ୟତୀତ ମିହିର ଦାସ, ସ୍ୱର୍ଗତଃ ମୀନକେତନ ଓ ଅଶ୍ରୁମୋଚନ ମଧ୍ୟ ଏଥିରେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ଏହି ସିନେମାର ରିଲିଜ ନେଇ ଉଦୟନ ଓ ଅନ୍ୟାନ୍ୟ କଳାକାର ଉତ୍ସାହିତ ଜଣାପଡ଼ୁଥିଲା ବେଳେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ମାଳବିକା ବିଶେଷ ଆଗ୍ରହୀ ଜଣାପଡ଼ୁନାହାନ୍ତି।
“ସିନେମାର ସୁଟିଂ ଓ ଡବିଂ କାମ ସରିବାର ଅନେକ ମାସ ବିତି ଯାଇଥିଲେ ମଧ୍ୟ ପ୍ରଯୋଜକ ମୋର ପାରିଶ୍ରମିକ ଦେଇନାହାନ୍ତି। କେବଳ ସେତିକି ନୁହେଁ, ପାରିଶ୍ରମିକ ମାଗିବାରୁ ସେ ମୋତେ ଗାଳିଗୁଳଜ ମଧ୍ୟ କରୁଛନ୍ତି, ଯାହା ମୋତେ ଆଘାତ ଦେଇଛି। ପୂର୍ବରୁ ମଧ୍ୟ ମୁଁ ଓଡ଼ିଆ ସିନେମା କରିଛି, ଏବଂ ମୋର ପାରିଶ୍ରମିକ ଠିକ୍ ସମୟରେ ପାଇଛି’’, କହିଛନ୍ତି ମାଳବିକା।
ସେ ଏବେ ମୁମ୍ବାଇରେ ଆଉ ଏକ ସୁଟିଂ କାମରେ ବ୍ୟସ୍ତ ଅଛନ୍ତି। ସିନେମାର ରିଲିଜ ତଥା ପ୍ରମୋସନ ନେଇ ପ୍ରଯୋଜନା ସଂସ୍ଥା ତାଙ୍କୁ ଅବଗତ କରାଇ ନଥିବା କଥା ମଧ୍ୟ ସେ କହିଛନ୍ତି।
‘ମୋତେ ବୋହୂ କରି ନେଇଯା’ ସିନେମା ମାଧ୍ୟମରେ ମାଳବିକା ଓଡ଼ିଆ ସିନେମା ଜଗତରେ ୨୦୧୧ ମସିହାରୋ ଏଣ୍ଟ୍ରି କରିଥିଲେ। ତାଙ୍କ ଅଭିନୀତ ସିନେମା ‘ଦେଲେ ଧରା କଥା ସରେ’ ମଧ୍ୟ ଦର୍ଶକଙ୍କ ଦ୍ୱାରା ଆଦୃତ ଲାଭ କରିଥିଲା। ଏଥିରେ ସେ ଯୁବ ତାରକା ଜ୍ୟୋତି ରଞ୍ଜନ ନାୟକଙ୍କ ସହ ରୋମାନ୍‌ସ କରିବାର ନଜର ଆସିଥିଲେ।
Tags: Malabika, Malabika Banarjee, Mote Bohu Kari Neija, Badmash Toka, Bhubaneswar News, Breaking News, Latest News, Mihir Das, Odia Cine Industry, Odia Cinema, Odisha Breaking News, Odisha News, Odisha Stories, Odisha Top Stories, Ollywood, Soubhagya Parida, Top Stories, Udayan Aparajeet

Comment