ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମ ଥର ପାଇଁ ଓଲିଉଡ୍‌ରେ ପାଦ ଦେଇଛନ୍ତି ଓଡ଼ିଆ ପୁଅ ଉଦୟନ ଅପରାଜିତ। କନ୍ନଡ ଫିଲ୍ମ ‘ଖିଲାଡି – ଦି ଗେମ୍ ଚେଞ୍ଜର’ରେ ନାୟକ ସାଜିଥିବା ଉଦୟନ୍ ଓଡ଼ିଆ ଫିଲ୍ମ ‘ବଦମାସ ଟୋକା’ରେ ବଦମାସ୍ ସାଜିଛନ୍ତି।  ପ୍ରଥମ ଓଡ଼ିଆ ଫିଲ୍ମ ‘ବଦମାସ ଟୋକା’ରେ ତାଙ୍କ ଅଭିନୟ ଦର୍ଶକଙ୍କ ମନ ଜିଣିବ ବୋଲି ଆଶା କରାଯାଉଛି।
ଏସ୍‌.କେ.ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ନିର୍ମିତ ହୋଇଛି ଫିଲ୍ମ ‘ବଦ୍‌ମାସ ଟୋକା’। ସୌଭାଗ୍ୟ ପରିଡା ଫିଲ୍ମଟିର ପ୍ରଯୋଜନା କରିଥିବା ବେଳେ ପ୍ରଶାନ୍ତ ପାଲ୍ ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି। ଆକ୍ସନ୍, ଇମୋସନ୍, ଫ୍ୟାମିଲି ଡ୍ରାମା ଓ କମେଡିକୁ ନେଇ ଫିଲ୍ମଟି ତିଆରି ହୋଇଛି।
ଏହି ଫିଲ୍ମରେ ଉଦୟନ୍‌ଙ୍କ ନାୟିକା ସାଜିଛନ୍ତି ବଙ୍ଗୀୟ ଅଭିନେତ୍ରୀ ମାଳବିକା ବାନାର୍ଜୀ। ‘ବଦ୍‌ମାସ୍‌ ଟୋକା’ ଫିଲ୍ମରେ ଉଦୟନ୍-ମାଳବିକାଙ୍କ ଯୋଡିକୁ ଦର୍ଶକ ଗ୍ରହଣ କରିବେ ବୋଲି ପ୍ରଯୋଜନା ସଂସ୍ଥା ଆଶାବାଦୀ ଅଛି।
ଉଦୟନ ଅପରାଜିତ କହିଛନ୍ତି, ”ପିଲାଟି ଦିନରୁ ଓଡିଆ ଫିଲ୍ମରେ ଅଭିନୟ କରିବାକୁ ସ୍ୱପ୍ନ ଦେଖିଥିଲି। ମାତ୍ର ସୁଯୋଗ ନ ମିଳିବାରୁ ମୁଁ କର୍ଣ୍ଣାଟକ ପଳାଇଥିଲି। ଏଠାରେ ‘ଖିଲାଡି: ଦି ଗେମ୍‌ ଚେଞ୍ଜର’ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିଲି। ଏବେ ମୋ ମାତୃଭାଷାରେ ଫିଲ୍ମ କରିବାର ସୁଯୋଗ ପାଇଥିବାରୁ ମୁଁ ବହୁତ ଖୁସି। ମୋ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା ରହିଛି।”
‘ବଦମାସ୍ ଟୋକା’ ସେପ୍ଟେମ୍ବର ୧୫ରେ ମୁକ୍ତିଲାଭ କରିବ। ଏଥିରେ ୬ଟି ଗୀତ ରହିଛି। ଗୀତଗୁଡିକ ଭଲ ବହୁତ ଭଲ ହୋଇଛି ଏବଂ ଏହା ଯୁବପିଢ଼ିଙ୍କ ମଧ୍ୟରେ ବବାଲ କରିବ ବୋଲି ଉଦୟନ୍ କହିଛନ୍ତି। ଏହି ଫିଲ୍ମଟି କଟକ, ଭୁବନେଶ୍ୱର ସମେତ ଭାଇଜାଗ୍, ହାଇଦ୍ରାବାଦରେ ସୁଟିଂ ହୋଇଛି।
Tags: Udayan Aparajit, Badmas Toka, Ollywood, Odia Song, Odia Cine News, Odia Cinema, Odisha, Soubhagya Parida, Khiladi, OdishaLive, Malabika Banarjee, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment