ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁରୁବାର ଦିନ ଓଡ଼ିଶାଲାଇଭ୍‌ ଏହାର ୟୁଟ୍ୟୁବ୍‍ ଚ୍ୟାନେଲରେ ଏହି ଗୀତ ରିଲିଜ୍‍ କରିବାକୁ ଯାଉଛି

ଲତା ମଙ୍ଗେସକରଙ୍କ ଲୋକପ୍ରିୟ ହିନ୍ଦୀ ଗୀତ ‘ତେରେ ବିନା ଜିନ୍ଦଗି ସେ କୋ‍ଇ’ ଉପରେ ଆଧାରିତ ଭିଡିଓ ସଙ୍ଗ ଡିଜିଟାଲ୍‍ ମିଡିଆରେ ମୁକ୍ତିଲାଭ କରିବ। ଯୁବ ଓଡ଼ିଆ ଗାୟିକା ବର୍ଣ୍ଣାଳି ହୋତାଙ୍କ ପ୍ରସ୍ତୁତ ଏହି ଭିଡିଓକୁ ୱେବ୍‍ ଚ୍ୟାନେଲ୍‍ ଓଡ଼ିଶାଲାଇଭ୍‌ ଗୁରୁବାର ଦିନ ଏହାର ୟୁଟ୍ୟୁବ୍‍ ଚ୍ୟାନେଲ ଏବଂ ଅନ୍ୟ ସୋସିଆଲ ମିଡିଆରେ ରିଲିଜ୍‍ କରିବାକୁ ଯାଉଛି।
ବର୍ଣ୍ଣାଳି ଏହି କଭର୍‍ର ନାଁ ଦେଇଛନ୍ତି ‘ଆର୍‌ଜୁ’। ଏଥିରେ ମଧ୍ୟ ସେ ଅଭିନୟ କରିଥିବାରୁ ଏହା ବର୍ଣ୍ଣାଳିଙ୍କ ଫ୍ୟାନମାନଙ୍କ ପାଇଁ ଏକ ନୂଆ ଆକର୍ଷଣ ହେବ।
“ଲତା ମଙ୍ଗେସକରଙ୍କ ଏହି ଗୀତଟି ମୋର ଅତି ପ୍ରିୟ। ଏହି ହୃଦୟସ୍ପର୍ଶୀ ସଙ୍ଗୀତକୁ ମୁଁ ମୋ ସ୍ୱରରେ ଉପସ୍ଥାପନ କରିବାକୁ ଚେଷ୍ଟା କରିଛି। ଭାବୁଛି, ଦର୍ଶକ ଓ ଶ୍ରୋତାମାନେ ଏହାକୁ ପସନ୍ଦ କରିବେ। ମୋର ଏହି ଛୋଟ ଉଦ୍ୟମକୁ ଡିଜିଟାଲ୍‍ ମିଡିଆ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆଗେଇ ଆସିଥିବାରୁ ମୁଁ ଓଡ଼ିଶାଲାଇଭ୍‌ ଟିମ୍‌କୁ ଧନ୍ୟବାଦ ଦେଉଛି”, କହିଛନ୍ତି ବର୍ଣ୍ଣାଳି।
“ବର୍ଣ୍ଣାଳିଙ୍କ ଭଳି ଓଡ଼ିଶାର ଯୁବ ସଙ୍ଗୀତ ପ୍ରତିଭାଙ୍କୁ ୱେବ୍‌ ଓ ସୋସିଆଲ ମିଡିଆ ଦର୍ଶକମାନଙ୍କ ସହ ଯୋଡ଼ିବା ପାଇଁ ଓଡ଼ିଶାଲାଇଭ୍‌ର ଏହା ଏକ ପ୍ରୟାସ। ମୁଁ ଆଶା କରୁଛି ବର୍ଣ୍ଣାଳିଙ୍କ ଫ୍ୟାନମାନଙ୍କ ଛଡ଼ା ସର୍ବଭାରତୀୟ ସ୍ତରରେ ଅନ୍ୟ ଭାଷାର ଲତା-ପ୍ରେମୀମାନେ ଏହାକୁ ପସନ୍ଦ କରିବେ”, ଆର୍‌ଜୁ ମୁକ୍ତିଲାଭ କରିବା ଅବସରରେ କହିଛନ୍ତି ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ଓ ସିଇଓ ନୀଳାମ୍ବର ରଥ।
“ମୁଁ ସବୁବେଳେ ପରଦା ପଛରେ ଥାଏ। କିନ୍ତୁ ଏହି କଭର୍‍ ପାଇଁ ସୁଟିଂ ପାଇଁ ପରଦାକୁ ଆସି ମୁଁ ଏକ ନୂଆ ଅନୁଭବ ପାଇଲି। ଅଭିନୟ ଏତେ ସହଜ ନୁହେଁ”, ଆର୍‌ଜୁ କଭର୍‍ ସଙ୍ଗରେ ନିଜର ସ୍କ୍ରିନ୍‍ ଆପିଅରାନ୍‌ସ ବାବଦରେ କହିଛନ୍ତି ବର୍ଣ୍ଣାଳି ହୋତା।
ଏହି ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ତୁଷାରକାନ୍ତ ସ୍ୱାଇଁ। ଏହା ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍‍ ଚ୍ୟାନେଲ୍‌ (www.youtube.com/odishalive) ମାଧ୍ୟମରେ ଗୁରୁବାର ଦିନ ମୁକ୍ତିଲାଭ କରିବାକୁ ଥିବାବେଳେ ଏହାର ପୋଷ୍ଟର ଏବଂ ଟିଜର୍‍ ଓଡ଼ିଶାଲାଇଭ୍‌ର ଫେସବୁକ୍‍ ପେଜ୍‌ରେ ଲୋକଙ୍କ ଦ୍ୱାରା ଆଦୃତ ହୋ‍ଇଛି। ବର୍ଣ୍ଣାଳିଙ୍କ ଏକ ଗୀତ ଓଡ଼ିଶାଲାଇଭ୍‌ ଚ୍ୟାନେଲ୍‌ରେ ୧୦ ଲକ୍ଷରୁ ଅଧିକ ଭ୍ୟୁଜ୍‍ ହାସଲ କରି ‘୧ ମିଲିଅନ୍‍’ କ୍ଲବ୍‌ରେ ଯୋଗ ଦେଇଛି।

Tags: Aarzoo, Barnali Hota, Digital Media, Digital Release, Lata Mangeshkar, Media, Nilambar Rath, OdishaLive, Tere Bina Zindagi Se, Tusarkant Swain, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment