ଓଡ଼ିଶାଲାଇଭ୍‌ ବ୍ୟୁରୋ

ତାମିଲନାଡ଼ୁ ରାଜନୀତିରେ ହଟମଚଟ କିଛି ନୂଆ କଥା ନୁହେଁ ବିଗତ କିଛି ଦିନ ଧରି ଶାସକ ଆନ୍ନା ଡିଏମକେ ଦଳରେ ଯେଉଁ ଛକାପଞ୍ଝା ଚାଲିଥିଲା ତାହା ଶେଷ ହୋଇଛି ଜୟଲଳିତାଙ୍କ ମୃତ୍ୟୁ ପରେ ତାଙ୍କ ଦଳରେ ଯେଉଁ ବିଭାଜନ ହୋଇଥିଲା ତାହା ବର୍ତ୍ତମାନ ଇତିହାସ
ମଙ୍ଗଳବାର ଦିନ ଏଡିଏମକେର ଦୁଇଟିଯାକ ଗୋଷ୍ଠୀ ହାତ ମିଳାଇଛନ୍ତି କେବଳ ନୁହେଁ ସେମାନେ ଦଳର ସାଧାରଣ ସମ୍ପାଦିକା ତଥା ଜୟଲଳିତାଙ୍କ ସମୁଦୁଣି କୁହାଯାଉଥିବା ଶଶିକଳାଙ୍କୁ ବରଖାସ୍ତ କରିଛନ୍ତି ଦୁଇ ଗୋଷ୍ଠୀର ନେତା ଯଥାକ୍ରମେ ପୂର୍ବତନ ମୁଖ୍ୟମନ୍ତ୍ରୀ ପନିରସେଲଭମ୍ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପଲାନୀସ୍ୱାମୀ ଉଭୟେ ଦଳର ଏକ ଜରୁରୀ ବୈଠକରେ ଏହି ଘୋଷଣା କରିଛନ୍ତି
ବୈଠକରେ ଗୃହିତ ହୋଇଥିବା ପ୍ରସ୍ତାବ ଅନୁସାରେ ଜୟଲଳିତା ମୃତ୍ୟୁ ପୂର୍ବରୁ ଯେଉଁମାନଙ୍କୁ ଦଳର ପଦାଧିକାରୀ ଭାବରେ ଦାୟିତ୍ୱ ଦିଆଯାଇଥିଲା ସେମାନେ ସେହି ପଦରେ ରହିବେ ଆହୁରି ମଧ୍ୟ ଦଳ ଭିତରେ କୌଣସି ବିଭାଜନ ହେବ ନାହିଁ ଦଳର ଚିହ୍ନ ଦୁଇଟି ପତ୍ରକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରାଯିବ ଏଥିସହିତ ଅସ୍ଥାୟୀ ସାଧାରଣ ସମ୍ପାଦକ ପଦକୁ ମଧ୍ୟ ଉଛେଦ କରାଯାଇଛି ଏହି ପଦ ଉଚ୍ଛେଦ ବଳରେ ଶଶିକଳା ବର୍ତ୍ତମାନ ଦଳରେ ଆଉ କେହି ନୁହଁନ୍ତି ମଜା କଥା ହେଉଛି ସ୍ୱର୍ଗରେ ଥିଲେ ମଧ୍ୟ ବୈଠକର ଘୋଷଣା ଅନୁସାରେ ଜୟଲଳିତା ଦଳର ସ୍ଥାୟୀ ସାଧାରଣ ସମ୍ପାଦିକା ବନି ରହିବେ
ସଂଯୁକ୍ତ ଏଡିଏମକେର ଯୁକ୍ତି ହେଉଛି ଯେହେତୁ ଶଶିକଳାଙ୍କୁ ଦଳରୁ ହଟାଇ ଦିଆଗଲା ସେହି କାରଣରୁ ୨୬ ଡିସେମ୍ବର ୨୦୧୬ରେ ସେ ଯେଉଁସବୁ ନିଷ୍ପତ୍ତି ସେ ନେଇଥିଲେ ଏବେ ତାହା ଅକାମୀ ହୋଇଯାଇଛି ଶଶିକଳାଙ୍କ ନିଷ୍ପତ୍ତି ଭିତରୁ ଗୋଟିଏ ଥିଲା ନିଜ ସମ୍ପର୍କୀୟ ଦିନାକରନଙ୍କୁ ଉପସାଧାରଣ ସମ୍ପାଦକ ପଦରେ ଅଧିଷ୍ଠିତ କରିବା ଏହାର ମାନେ ବର୍ତ୍ତମାନ ଦିନାକରନ ବି ଆଉ କୌଣସି ପଦରେ ରହିପାରିବେ ନାହିଁ
ଏଣେ ଦିନାକରନ ଉଭୟ ପନିରସେଲଭମ୍ ପଲାନୀସ୍ୱାମୀକୁ ଆହ୍ୱାନ ଦେଇ କହିଛନ୍ତି ଯଦି ସାହସ ଅଛି ନିର୍ବାଚନ କରି ଦେଖାଅ ତାଙ୍କ କହିବା କଥା ହେଉଛି ବର୍ତ୍ତମାନ ଯେତେ ସବୁ ମନ୍ତ୍ରୀ ଅଛନ୍ତି ସେମାନେ ଯଦି ନିର୍ବାଚନ ଲଢ଼ନ୍ତି ତେବେ ହାରିବା ସୁନିଶ୍ଚିତ
ଶଶିକଳାଙ୍କୁ ବରଖାସ୍ତ କରିବା ପରେ ତାମିଲନାଡ଼ୁ ରାଜନୀତିରେ ସେଭଳି କିଛି ଅସୁବିଧା ହେବ ନାହିଁ କାରଣ ଉଭୟ ଗୋଷ୍ଠୀକୁ ବିଜେପି ନିଜ ପାଖରେ ରଖିବା ପାଇଁ ଚାହୁଁଛି ସେମାନଙ୍କ ଭିତରେ ଏକତା ଆଣିବା ପାଇଁ ବିଜେପି ଉଦ୍ୟମ କରିଥିଲା ଜୟଲଳିତାଙ୍କ ମୃତ୍ୟୁ ପରେ ଶଶିକଳା ଦଳକୁ ନିଜ ଅକ୍ତିଆରକୁ ନେବାପାଇଁ ଉଦ୍ୟମ କରିଥିଲେ ସେଥିପାଇଁ ନାନା ପ୍ରକାର ଖେଳ ଖେଳିଥିଲେ ଆୟ ବହିର୍ଭୁତ ସମ୍ପତ୍ତି ପାଇଁ ଅଭିଯୁକ୍ତ ହେବା ପରେ ଶଶିକଳା ବର୍ତ୍ତମାନ ଜେଲ୍ରେ ଦିନ କାଟୁଛନ୍ତି
ଶଶିକଳା କିଏ ?
ଶଶିକଳାଙ୍କ ଜନ୍ମ ୧୯୫୭ ମସିହାରେ ତାଙ୍କର ପ୍ରକୃତ ନାଁ ବିବେକାନନ୍ଦନ କ୍ରିଷ୍ଣାବେଣୀ ଶଶିକଳା ସେ ୧୯୮୯ରୁ ୨୦୧୬ ପର୍ଯ୍ୟନ୍ତ ଜୟଲଳିତାଙ୍କର ପାଖରେ ରହୁଥିଲେ ଆୟ ବହିର୍ଭୁତ ସମ୍ପତ୍ତି ମାମଲା କଲରଟିଭି ସ୍କାମରେ ଅଭିଯୁକ୍ତ ହେବା ପରେ ସେ ଜୟଲଳିତା ଗିରଫ ହୋଇଥିଲେ ଜୟଲଳିତା ମୁଖ୍ୟମନ୍ତ୍ରୀ ଥିବା ବେଳେ ପ୍ରଚୁର ସମ୍ପତ୍ତି ଠୁଳ କରିବାର ଅଭିଯୋଗ ତାଙ୍କ ନାଁରେ ଆସିଥିଲା
୧୯୮୦ ଦଶକରେ ତାଙ୍କର ଜୟଲଳିତାଙ୍କ ସହିତ ପରିଚୟ ହୁଏ ଜୟଲଳିତାଙ୍କ ପ୍ରଚାର ସଚିବ ଭାବେ ଶଶିକଳା କାର୍ଯ୍ୟ କରୁଥିଲେ ବିଶେଷକରି ଦଳର ଭିଡିଓ ରେକର୍ଡିଂ ମଞ୍ଚ କାର୍ଯ୍ୟକ୍ରମର ଦାୟିତ୍ୱରେ ସେ ଥିଲେ କ୍ରମଶଃ ଶଶିକଳା ଜୟଲଳିତାଙ୍କ ନିକଟବର୍ତ୍ତୀ ହୋଇଥିଲେ
ବିଭିନ୍ନ କାରଣରୁ ୧୯ ଡିସେମ୍ବର ୨୦୧୧ରେ ଜୟଲଳିତା ଶଶିକଳା, ତାଙ୍କର ସ୍ୱାମୀ ପୁତୁରା ସମେତଙ୍କ ୧୩ ଜଣଙ୍କୁ ଦଳରୁ ବହିଷ୍କାର କରିଥିଲେ ଏମାନଙ୍କ ନାମରେ ଅଭିଯୋଗ ଆସିଥିଲା ଯେ ସେମାନେ ଜୟଲଳିତାଙ୍କ ବିରୋଧରେ ଚକ୍ରାନ୍ତ କରୁଛନ୍ତି ତା ପ୍ରାୟ ବର୍ଷ ପରେ ଅବଶ୍ୟ, ଘଟଣାର ସମାଧାନ ହେଲା ଶଶିକଳା ଲିଖିତ କ୍ଷମାପ୍ରାର୍ଥନା ସହିତ ପୁଣି ଏଡିଏମକେକୁ ଫେରିଆସିଥିଲେ
ଜୟଲଳିତାଙ୍କ ମୃତ୍ୟୁ ପରେ ୨୦୧୬ ଡିସେମ୍ବର ୨୯ ତାରିଖରେ ଶଶିକଳାଙ୍କୁ ଦଳର ସାଧାରଣ ସମ୍ପାଦିକା ଭାବରେ ନିଯୁକ୍ତି ଦିଆଯାଇଥିଲା ଫେବୃଆରୀ , ୨୦୧୭ରେ ଶଶିକଳାଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିଲା ଉଦ୍ଦେଶ୍ୟ ଥିଲା ସେ ରିମୋଟ୍ କଣ୍ଟ୍ରୋଲ ଦ୍ୱାରା ଦଳର ରାଜନୀତିକୁ ଚଳାଇବେ
ଆୟ ବହିର୍ଭୁତ ମାମଲାରେ ଶଶିକଳା, ତାଙ୍କ ଭାଉଜ ଇଲାଭାରସୀ ପୁତୁରା ସୁଧାକରନଙ୍କୁ ବର୍ଷ ଜେଲ୍ ଦଣ୍ଡ ଦିଆଯାଇଥିଲା ୧୦ କୋଟି ଟଙ୍କାର ଜୋରିମାନା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଗିରଫ ହେବା ପରେ ଶଶିକଳା ସୁପ୍ରିମକୋର୍ଟରେ ନିବେଦନ କରିଥିଲେ ଯେ ତାଙ୍କୁ  ଘରୁ ଆସିଥିବା ଖାଦ୍ୟ ଖାଇବା ପାଇଁ ଅନୁମତି ଦିଆଯାଉ କିନ୍ତୁ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ
ଶଶିକଳା ଜେଲ୍ରେ ଥାଇ ମଧ୍ୟ କିପରି ସପିଙ୍ଗ୍ ମଲ୍କୁ ଯାଉଥିଲେ ସେହି ବିଷୟ ଖୋଳତାଡ଼ କରି ରିପୋର୍ଟ ଦେବା ପରେ କର୍ଣ୍ଣାଟକର ଜନୈକା ଆଇପିଏସ୍ ଡିଆଇଜି (ଜେଲ୍) ଡି ରୂପା ଏହି ବିବାଦରେ ଛନ୍ଦି ହୋଇପଡ଼ିଥିଲେ  ତାଙ୍କୁ ସେଠାରୁ ବଦଳି କରାଯାଇଥିଲା

Tags: Jaylalithaa, Shashikala, J Jayalalithaa, AIADMK, Eternal General Secretary, VK Sasikala, general secretary, O Panneerselvam, E Palaniswami, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

LEAVE A REPLY

Please enter your comment!
Please enter your name here