ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୯୯୩ ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଦାଉଦ ଇବ୍ରାହିମକୁ ଜୋରଦାର ଝଟକା ଦେଇଛନ୍ତି ବ୍ରିଟେନ ସରକାର। ଦାଉଦର ଲଣ୍ଡନରେ ଥିବା ହୋଟେଲ ଓ ରିୟଲ ଇଷ୍ଟେଟ ପ୍ରପର୍ଟି ଜବତ କରାଯାଇଥିବା ଖବର ବ୍ରିଟିଶ ଗଣମାଧ୍ୟମରେ ପ୍ରକାଶ ପାଇଛି। ଜବତ ହୋଇଥିବା ଦାଉଦର ଏହି ସମ୍ପତ୍ତିର ମୂଲ୍ୟ ୬.୭ ବିଲିୟନ ଡଲାର ବା ୪୨,୮୮୩ କୋଟି ଟଙ୍କା ବୋଲି ଜଣାପଡିଛି।
ଗତ ମାସରେ ଲଂଲଣ୍ଡରେ ବେଆଇନ ଭାବେ ବ୍ୟବସାୟ କରୁଥିବା ସଂସ୍ଥା ଉପରେ ଆର୍ଥିକ ପ୍ରତିବନ୍ଧ ଲଗାଯାଇ ସେଗୁଡିକୁ କଳା ତାଲିକାଭୁକ୍ତ କରାଯାଇଥିଲା। କଳା ତାଲିକାରେ ଦାଉଦକୁ ଭାରତର ନାଗରିକ ବୋଲି ଉଲ୍ଲେଖ କରାଯାଇଥିବା ସୂଚନା ମିଳିଛି। ଏହାଛଡ଼ା ସେ ଏବେ ପାକିସ୍ତାନରେ ରହୁଥିବା ଏହି ତାଲିକାରେ ଉଲ୍ଲେଖ କରାଯାଇଛି। ଦାଉଦ, ୨୧ଟି ଛଦ୍ମନାମ ବ୍ୟବସାୟ ଚଳାଉଥିବା କୁହାଯାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ୬୧ ବର୍ଷୀୟ ଦାଉଦ ଇବ୍ରାହମର ମିଡଲ୍ୟାଣ୍ଡରେ ଥିବା ହୋଟେଲ ଏବଂ ରେସିଡେଣ୍ଟାଲ ପ୍ରପର୍ଟିକୁ ସିଲ କରିଦିଆଯାଇଛି। ବେଆଇନ ଭାବେ କାରବାର ଚଳାଉଥିବାରୁ ଦାଉଦକୁ ଧରିବା ପାଇଁ ଉଦ୍ୟମ କରାଯାଇଥିଲା। ଦାଉଦକୁ ପତ୍ତା ନମିଳିବାରୁ ତା’ର ସଂପତିକୁ ଜବତ କରାଯାଇଥିବା ଜଣାପଡିଛି।
୨୧ଟି ଭିନ୍ନ ଭିନ୍ନ ନାଁରେ ପାକିସ୍ତାନରେ ଦାଉଦ ଲୁଚିଥିବା ପ୍ରକାଶ କରିଛି ବ୍ରିଟେନ। ପାକିସ୍ତାନରେ ଦାଉଦର ୪ଟି ଠିକଣା ଥିବା କୁହାଯାଇଛି।
୧୯୯୩ ମୁମ୍ବାଇ ବିସ୍ଫୋରଣ ପରେ ଭାରତ ଛାଡି ଚାଲିଯାଇଥିଲା ଦାଉଦ। ଏହି ବିସ୍ଫୋରଣରେ ୨୬୦ ଲୋକ ପ୍ରାଣ ହରାଇଥିବା ବେଳେ ୭୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଭାରତର ମୋଷ୍ଟ ୱାଣ୍ଟେଡ୍ ଟେରରିଷ୍ଟ ଦାଉଦକୁ ଆମେରିକା ୨୦୦୩ ଗ୍ଲୋବାଲ ଟେରରିଷ୍ଟ ଘୋଷଣା କରିଥିଲା।

Tags: Dawood Ibrahim, Dawood Bhai, D-Company, crime lord, Mumbai blast, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment