ଓଡିଶାଲାଇଭ୍ ବ୍ୟୁରୋ

ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ) ସମେତ ୧୦୦ଟି ବଡ ଅନୁଷ୍ଠାନକୁ କେନ୍ଦ୍ର ସରକାର ବଡ ଝଟକା ଦେଇଛନ୍ତି। ଏହିସବୁ ଅନୁଷ୍ଠାନକୁ ମିଳୁଥିବା ବିଦେଶ ପାଣ୍ଠି ଉପରେ କେନ୍ଦ୍ର ସରକାର ରୋକ୍ ଲଗାଇଛନ୍ତି। ବିଦେଶ ପାଣ୍ଠି ମିଳିବା ନେଇ ଏହି ଅନୁଷ୍ଠାନକୁ ଯେଉଁ ଲାଇସେନ୍ସ ମିଳିଥିଲା ତାହାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରବ୍ଦ କରିଛନ୍ତି।

ଏହି ତାଲିକାରେ ଦିଲ୍ଲୀ ବିଶ୍ବବିଦ୍ୟାଳୟ(ଡିୟୁ) ସମେତ ଆଇଆଇଟି ଦିଲ୍ଲୀ, ଇଣ୍ଡିଆନ୍ କାଉନସିଲ ଅଫ୍ ଏଗ୍ରିକଲଚରାଲ ରିସର୍ଚ୍ଚ(ଆଇସିଏଆର୍) ଭଳି ଶିକ୍ଷା ଅନୁଷ୍ଠାନ ରହିଛି। ୫ ବର୍ଷ ହେଲା ମିଳିଥିବା ପାଣ୍ଠିର ହିସାବ ପୈଠ କରି ନ ଥିବାରୁ କେନ୍ଦ୍ର ସରକାର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ବିଦେଶ ଅନୁଦାନ ରେଗୁଲେସନ ଆକ୍ଟ ୨୦୧୦(ଏଫ୍‌ସିଆରଏ) ଅନୁଯାୟୀ, ଏହି ଶିକ୍ଷା ଅନୁଷ୍ଠାନ ଗୁଡିକର ଲାଇସେନ୍ସ ବାତିଲ କରାଯାଇଛି। କୌଣସି ଅନୁଷ୍ଠାନ ବିଦେଶ ଅନୁଦାନ ପାଇବାକୁ ହେଲେ ଏଫ୍‌ସିଆରଏ ଅନୁଯାୟୀ ପଞ୍ଜୀକରଣ କରିବା ବାଧ୍ୟତାମୂଳକ। ସେହିପରି ବିଦେଶ ଅନୁଦାନ ପାଉଥିବା ଅନୁଷ୍ଠାନ ଗୁଡିକର ବାର୍ଷିକ ଆୟବ୍ୟୟ ସମ୍ପର୍କରେ ସବିଶେଷ ତଥ୍ୟ ଗୃହ ମନ୍ତ୍ରଣାଳୟ ନିକଟରେ ପୈଠ କରିବା କଥା। ହେଲେ ଲଗାତାର ୫ ବର୍ଷ ହେଲା ୧୦୦ଟି ଅନୁଷ୍ଠାନ କେନ୍ଦ୍ର ସରକାରଙ୍କୁ କୌଣସି ତଥ୍ୟ ଦେଇ ନାହାନ୍ତି।

ତଥ୍ୟ ଦେଇ ନ ଥିବା ତାଲିକାରେ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍, ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ, ଇନ୍ଦିରା ଗାନ୍ଧୀ ନ୍ୟାଶନାଲ ଓପନ ବିଶ୍ୱବିଦ୍ୟାଳ଼ୟ ଭଳି ଅନୁଷ୍ଠାନ ରହିଛି।

Tags: Jawaharlal Nehru University, New Delhi, Foreign Lad, Delhi University, Home Department, Supreme Court Bar Association, Indian Council of Medical Research, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

 

LEAVE A REPLY

Please enter your comment!
Please enter your name here