ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁର୍‌ଗାଓଁର ଏକ ଇଣ୍ଟରନ୍ୟାସନାଲ ସ୍କୁଲରେ ୭ ବର୍ଷ ବୟସର ଛାତ୍ରଙ୍କ ମୃତ୍ୟୁ ହେବା ପରେ ଓଡିଶା ସରକାର ତତ୍ପର ହୋଇଉଠିଛନ୍ତି।  ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍ ଲାଇନ୍ ପ୍ରସ୍ତୁତ କରାଯାଇଛି।
ଛୋଟ ପିଲାମାନେ ଏକୁଟିଆ ୱାସ୍‍ ରୁମ୍‌କୁ ଯାଇପାରିବେ ନାହିଁ । ସେମାନେ ୱାସ୍‌ ରୁମ୍‌କୁ ଯିବା ବେଳେ ତାଙ୍କ ସହ ଆୟା ଯିବେ ବୋଲି ବିଭାଗ ନିଷ୍ପତ୍ତି ନେଇଛି।
ଏ ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ରଞ୍ଜନା ଚୋପ୍ରା କହିଛନ୍ତି, ”ସ୍କୁଲରେ ପିଲାମାନେ ସୁସ୍ଥ ଓ ସୁରକ୍ଷିତ ରୁହନ୍ତୁ ବୋଲି ସରକାର ଚାହୁଁଛନ୍ତି। ଏଣୁ ସେମାନଙ୍କ ସୁରକ୍ଷା ପାଇଁ ଗଣଶିକ୍ଷା ବିଭାଗ ପଦକ୍ଷେପ ନେଉଛି। ଏଣିକି ସ୍କୁଲ୍‌ରେ ବାଥ୍ ରୁମ୍‌ଗୁଡିକ ସ୍କୁଲ କର୍ମଚାରୀ ଓ ପିଲାମାନଙ୍କ ପାଇଁ ଅଲଗା ରହିବ।”
ଏହାସହ ବାହାରୁ ଆସୁଥିବା ଲୋକ ବା ଖାଦ୍ୟ ବିକ୍ରି କରୁଥିବା ଭେଣ୍ଡର ଏଣିକି ସ୍କୁଲ ଭିତରେ ପ୍ରବେଶ କରି ପାରିବେ ନାହିଁ। ଯଦି ସେମାନେ ସ୍କୁଲ ଭିତରେ ପ୍ରବେଶ କରିବାକୁ ଚାହୁଁଛନ୍ତି ତାହାଲେ ସେମାନେ ସ୍କୁଲ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେବେ। ଭେଣ୍ଡର ବା ବାହାର ଲୋକ ସ୍କୁଲରେ କେତେ ସମୟ ରହିବେ ସେ ସମ୍ପର୍କରେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ଖବର ରଖିବେ। ସ୍କୁଲର ବସ୍ ଥିଲେ ଡ୍ରାଇଭର, କଣ୍ଡକ୍ଟର ଓ କ୍ଲିନରମାନଙ୍କ ନିୟମିତ ଉପସ୍ଥାନ ନିଆଯିବ। ସେମାନଙ୍କୁ ପୋଲିସ ଭେରିଫିକସନ ମଧ୍ୟ କରିବ।

Tags : Odisha News, Odisha hot News, Odisha school News, School and Mass Education, Secretary, School Student, Wash Room, School Staff, Administration, School Campus, Bhubaneswar News, Breaking News, Latest News, Odisha Breaking News, Odisha Stories, Odisha Top Stories, Top Stories

Comment