ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁବାଇସ୍ଥିତ ଶାର୍‌ଜା ଦିଲ୍ଲୀ ପ୍ରାଇଭେଟ୍ ସ୍କୁଲରେ ପାଠ ପଢ଼ନ୍ତି ୧୪ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ବାଳକ ମନ୍‌ସୁର୍ ଅନିସ୍। ପାଠପଢ଼ା ସହିତ  ସେ ରଚିଛନ୍ତି ବିଶ୍ୱ ରେକର୍ଡ। ଦୁବାଇରେ ସେ ପାଇଛନ୍ତି ସର୍ବକନିଷ୍ଠ ପାଇଲଟର ମାନ୍ୟତା।
ସିଙ୍ଗଲ୍-ଇଞ୍ଜିନ୍‌ର ହେଲିକ୍ୟାପ୍ଟର (ସେଶନା-୧୦)କୁ ସେ ଏକାକି ୧୦ ମିନିଟ୍ ଧରି ଆକାଶରେ ନିର୍ଭୟ ଭାବରେ ଉଡ଼ାଇଥିଲେ। ସେ ନିଜେ ହେଲିକ୍ୟାପ୍ଟରକୁ ପାର୍କିଂରୁ ରନ୍‌ୱେକୁ ନେଇ ସିଧା ଉପରକୁ ଉଠିଥିଲେ।
ସେ କିପରି ଏକାକି ହେଲିକ୍ୟାପ୍ଟର ଚଲାଇବେ ସେଥିନିମନ୍ତେ ସେ ଅନେକ ଗବେଷଣା କଲାପରେ କାନାଡ଼ାର ଆଭିଏସନ୍ ଏକାଡ଼େମୀରେ କିଛିଦିନ ପୂର୍ବରୁ ଟ୍ରେନିଂ ନେବା ସହ ପ୍ରମାଣପତ୍ର ହାସଲ କରିଥିଲେ। ମନ୍‌ସୁର୍ ମାତ୍ର ୨୫ ଘଣ୍ଟା ମଧ୍ୟରେ ତାଙ୍କର ତାଲିମ୍ ଶିକ୍ଷା ସମାପନ କରିଛନ୍ତି। ମନ୍‌ସୁର୍ ପୂର୍ବରୁ ୩୪ ଘଣ୍ଟାରେ ତାଲିମ୍ ପାଇଥିବା ୧୫ ବର୍ଷର ଜର୍ମାନୀର ଜଣେ ବାଳକଙ୍କ ରେକର୍ଡକୁ ଭାଙ୍ଗିଛନ୍ତି।
ମନ୍‌ସୁର୍‌ଙ୍କ ବାପା ଅଲ୍ଲୀ ଅସଗର ଅନିସ୍ ଦୁବାଇସ୍ଥିତ ଶାର୍‌ଜାରେ ସିଭିଲ୍‌ ଇଞ୍ଜିନିୟର ଭାବେ କାମ କରୁଛନ୍ତି। ତାଙ୍କ ମା’ ମଧ୍ୟ ଜଣେ କେମେଷ୍ଟ୍ରି ଶିକ୍ଷକ ଭାବେ ସେଠାରେ କାର୍ଯ୍ୟରତ। ମନ୍‌ସୁର୍ ଆଗାମୀ ଦିନରେ ଜଣେ ଭଲ ପାଇଲଟ୍ ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି।
Tags: Manshoor Anish, Child Pilot, Pilot, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

LEAVE A REPLY

Please enter your comment!
Please enter your name here