ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ

ନୂଆଁଖାଇ ପରି ବିଶ୍ୱକର୍ମା ପୂଜାକୁ ଧୁମଧାମ୍‌‌ରେ ପାଳନ କରିଛନ୍ତି ବିଶାଖାପାଟଣାର ପ୍ରବାସୀ ଓଡ଼ିଆ।
ବିଶାଖାପାଟଣା ସିନ୍ଧିଆର ନ୍ୟୁକଲୋନୀ ନିକଟସ୍ଥ ତୁଳସୀମଣ୍ଡପଠାରେ ଏହି ପୂଜା ଅନୁଷ୍ଠିତ ହୋଇଛି। ବିଶାଖାପାଟଣାରେ ରହୁଥିବା ମହାରଣା ପରିବାର ଏହି ପୂଜା ଆୟୋଜନରେ ସହଯୋଗ କରିଛନ୍ତି।
୪୦୦ରୁ ଊର୍ଦ୍ଧ୍ୱ ମହାରଣା ପରିବାରର ପୁରୁଷ, ମହିଳା ଏହି ପୂଜାରେ ସାମିଲ୍‍ ହୋଇଥିଲେ। ୨୦୦୬ ମସିହାରେ ଶରତ ଚନ୍ଦ୍ର ମହାରଣାଙ୍କ ଉଦ୍ୟମରେ ପ୍ରଥମ ଥର ପାଇଁ ବିଶାଖାପାଟଣାରେ ବିଶ୍ୱକର୍ମା ପୂଜା ହୋଇଥିଲା। ସେହିଦିନଠାରୁ ପ୍ରତିବର୍ଷ ଏହି ପୂଜା ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରାଯଉଛି।
ବିଶାଖାପାଟଣାରେ ହିନ୍ଦୁସ୍ତାନ ସିପୟାଡ ନିର୍ମାଣ ହେବା ପରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବହୁ ମହାରଣା ପରିବାର ଏହି ସଂସ୍ଥାରେ ନିଯୁକ୍ତି ପାଇଥିଲେ। ଏମାନଙ୍କ ଉଦ୍ୟମରେ ୧୯୬୦ରେ ‘ଓଡ଼ିଆ ମହାରଣା ସେବା ସମିତି’ ନାମରେ ଏକ ଅନୁଷ୍ଠାନ ଗଢ଼ା ହୋଇଥିଲା। ବିଭିନ୍ନ ପର୍ବପର୍ବାଣୀ ପାଳନ ପାଇଁ ହିନ୍ଦୁସ୍ତାନ ସିପୟାଡ ତରଫରୁ ତୁଳସୀମଣ୍ଡପ ନିର୍ମାଣ କରାଯାଇଥିଲା। ସେହିଦିନରୁ ବିଭିନ୍ନ ଓଡ଼ିଆ ପର୍ବପର୍ବାଣୀ ତୁଳସୀମଣ୍ଡପରେ ମହାରଣା ପରିବାର ପକ୍ଷରୁ ଆୟୋଜନ କରାଯାଇଆସୁଛି।
ଓଡ଼ିଆ ମହାରଣା ସେବା ସମିତିରେ ସେତେବେଳେ ୧୦୦୦ରୁ ଊର୍ଦ୍ଧ୍ୱ ଓଡ଼ିଆ ମହାରଣା ସାମିଲ୍‍ ହୋଇରହିଥିଲେ। ପରେ କିଛି ଲୋକ ହିନ୍ଦୁସ୍ତାନ ସିପୟାଡରୁ ଅବସର ନେବା ପରେ ସେମାନେ ଓଡ଼ିଶା ଫେରି ଆସିଛନ୍ତି। ଫଳରେ ଏହି ଅନୁଷ୍ଠାନର ସଦସ୍ୟ ସଂଖ୍ୟା ଏବେ ୪୦୦କୁ ଖସିଆସିଛି। ୫୭ ବର୍ଷ ଧରି ପ୍ରବାସୀ ଓଡ଼ିଆ ମହାରଣାମାନେ ନିଜ ଉଦ୍ୟମରେ ଓଡ଼ିଶାର ଭାଷା, କଳା, ସଂସ୍କୃତି ଓ ଐତିହ୍ୟକୁ ବଞ୍ଚାଇ ରଖିବାକୁ ଉଦ୍ୟମ କରି ଆସୁଛନ୍ତି।
ପ୍ରବାସୀ ଓଡ଼ିଆ ମହରଣା ପରିବାରଙ୍କ ପକ୍ଷରୁ କରାଯାଉଥିବା ଉଦ୍ୟମକୁ ସ୍ଥାନୀୟବାସୀ ପ୍ରଶଂସା କରୁଛନ୍ତି।

Tags: Viswakarma Puja, NROs, Visakhapatnam, Visakhapatnam Viswakarma Puja, Lord Viswakarma, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment