ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ହାଇକୋର୍ଟ ଏବଂ ଲକ୍ଷ୍ନୌ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‍ ଆଇ ଏମ୍‍ କୁଦ୍ଦୁସି ଫସିଲେ|

ଓଡ଼ିଶା ହାଇକୋର୍ଟ ଏବଂ ଆହ୍ଲାବାଦ ହାଇକୋର୍ଟ ଲକ୍ଷ୍ନୌ ବେଞ୍ଚର ପୂର୍ବତନ ବିଚାରପତି ଜଷ୍ଟିସ୍‍ ଆଇ ଏମ୍‍ କୁଦ୍ଦୁସିଙ୍କୁ ସିବିଆଇ ଗୁରୁବାର ଗିରଫ କରିଛି। ଦିଲ୍ଲୀର ଗ୍ରେଟର କୈଳାସସ୍ଥିତ ଏନ୍‍-୭ କ୍ୱାର୍ଟରରୁ କୁଦ୍ଦୁସିଙ୍କୁ ସିବିଆଇ ଗିରଫ କରିଥିବା ଜଣାପଡିଛି। କୁଦ୍ଦୁସିଙ୍କ ସମେତ ୫ ଜଣ ଗିରଫ ହୋଇଛନ୍ତି। ଗିରଫ ୬ ଜଣଙ୍କ ମଧ୍ୟରେ ଓଡ଼ିଶାର ବିଶ୍ୱନାଥ ଅଗ୍ରୱାଲ ଅଛନ୍ତି।
ବିଶ୍ୱନାଥ ଅଗ୍ରୱାଲଙ୍କ ଘର ଭୁବନେଶ୍ୱର କାନନ ବିହାର ଅଞ୍ଚଳରେ। ବିଶ୍ୱନାଥ କୁଦ୍ଦୁସିଙ୍କ ପକ୍ଷରୁ ଟଙ୍କା ଆଦାୟ କରୁଥିଲେ। ଉତ୍ତରପ୍ରଦେଶର ଏକ ମେଡିକାଲ କଲେଜ ଦୁର୍ନୀତିରେ ସିବିଆଇ କୁଦ୍ଦୁସିଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ୟୁପି ମେଡିକାଲ କଲେଜ ମାଲିକ ବିପି ଯାଦବ ଏବଂ ପଲାଶ ଯାଦବ ମଧ୍ୟ ଗିରଫ ହୋଇଛନ୍ତି।
ବୁଧବାର କୁଦ୍ଦୁସିଙ୍କ ସମେତ ୪ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା ସିବିଆଇ। ଏହାସହ କୁଦ୍ଦୁସିଙ୍କ ଦିଲ୍ଲୀ ବାସଭବନରେ ଚଢ଼ାଉ କରିଥିଲା ସିବିଆଇ। ଉପଯୁକ୍ତ ପ୍ରମାଣପତ୍ର ପାଇବା ପରେ କୁଦ୍ଦୁସିଙ୍କୁ ଆଜି ଗିରଫ କରାଯାଇଛି।
କୁଦ୍ଦୁସିଙ୍କ ସମେତ ୬ ଜଣଙ୍କୁ ସିବିଆଇ ନୂଆଦିଲ୍ଲୀର ତିସହଜାରି କୋର୍ଟରେ ହାଜିର କରିବା ପରେ ୪ ଦିନିଆ ରିମାଣ୍ଡରେ ନେଇଛି। ୫ ଦିନିଆ ରିମୋଣ୍ଡରେ ନେବା ଲାଗି ସିବିଆଇ କୋର୍ଟରେ ଅନୁମତି ମାଗିଥିଲା। ହେଲେ କୋର୍ଟ ୪ ଦିନ ପାଇଁ ଅନୁମତି ଦେଇଛନ୍ତି। କୁଦ୍ଦୁସିଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଧାରା ‘୧୨୦-ବି’ରେ ମାମଲା ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ୍ ଅନୁଯାୟୀ ମାମଲା ରୁଜୁ ହୋଇଛି।

 

LEAVE A REPLY

Please enter your comment!
Please enter your name here