ଓଡ଼ିଶାଲାଇଭ୍‌ ବ୍ୟୁରୋ

“କ୍ୟାନ୍‌ ନଟ୍‌ ବିଲିଭ୍‍ ଆଇ ମେଟ୍‍ ପ୍ରିୟଙ୍କା ଚୋପ୍ରା” – ନୋବେଲ ଶାନ୍ତି ପୁରସ୍କାର ବିଜେତା ପାକିସ୍ତାନୀ ଝିଅ ମାଲାଲା ୟୁସୁଫଜାଇ କିଛି ଘଣ୍ଟା ତଳେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକଥା ଲେଖିଛନ୍ତି। ତା’ ସହିତ ସେ ପ୍ରିୟଙ୍କାଙ୍କ ସହ ନେଇଥିବା ସେୟାର କରିଛନ୍ତି।

ନ୍ୟୁୟର୍କରେ ଅନୁଷ୍ଠିତ ଜାତିସଂଘ ଗ୍ଲୋବାଲ ଗୋଲ୍‍ସ ଆୱାର୍ଡ୍‌ସ ପ୍ରଦାନ ସମାରୋହରେ ଯୋଗ ଦେଇଥିଲେ ୟୁନିସେଫ ଗୁଡୱିଲ ଆମ୍ବାସାଡର ତଥା ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ସେଠିକି ମଧ୍ୟ ନିମନ୍ତ୍ରିତ ହୋ‍ଇଆସିଥିଲେ ମାଲାଲା। ସେଠାରେ କିଛି ସମୟ ପାଇଁ ପ୍ରିୟଙ୍କା ଓ ମାଲାଲା ପରସ୍ପରକୁ ଭେଟି ବେଶ୍‍ ଖୁସି ହୋ‍ଇଥିଲେ।
ମାଲାଲାଙ୍କ ଟୁଇଟ୍‌ର ଉତ୍ତର ଦେଇଛନ୍ତି ପ୍ରିୟଙ୍କା। ସେ ଟୁଇଟ୍‍ କରି ଠିକ୍‍ ସେହି ସ୍ୱରରେ ଲେଖିଛନ୍ତି – “ଓଃ ମାଲାଲା, ନୋ ୱାର୍ଡ୍‌ସ ୱିଲ୍‍ ବି ଏନଫ୍‍…ଆଇ କାଂଟ୍‍ ବିଲିଭ୍‍ ଆଇ…ମେଟ୍‍…ୟୁ!” ଏହି ଟୁଇଟ୍‌ରେ ପ୍ରିୟଙ୍କା ମାଲାଲାଙ୍କ ବିଶାଳ ହୃଦୟ ଏବଂ ଏତେ କମ୍‍ ବୟସରୁ ଏଭଳି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ମାଲାଲାଙ୍କ ଟୁଇଟ୍‍ ସୋସିଆଲ ମିଡିଆରେ ବେଶ୍‍ ଚାଲିଛି। ଏ ରିପୋର୍ଟ ଲେଖା ହେଲା ବେଳକୁ ତାଙ୍କ ଟୁଇଟ୍‍କୁ ପ୍ରାୟ ୨୧ ହଜାର ଲୋକ ଲାଇକ୍‍ କରିଥିବା ବେଳେ ତିନି ହଜାର ରିଟୁଇଟ୍‍ କରିଛନ୍ତି ଏବଂ ୬୦୦ରୁ ଅଧିକ ଲୋକ ରିପ୍ଲାଏ କରିଛନ୍ତି। ସେପ୍ଟେମ୍ବର ୨୦ ରାତି ୧୧ଟା ୩୧ରେ ମାଲାଲା ଏହି ଟୁଇଟ୍‍ କରି ତାଙ୍କ ଖୁସିବ୍ୟକ୍ତ କରିଥିଲେ।

 

LEAVE A REPLY

Please enter your comment!
Please enter your name here