ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ମିଳୁଛି ପାରମ୍ପରିକ ରାଜସ୍ଥାନୀ ଖାଦ୍ୟର ମଜା। ନବରାତ୍ରି ଓ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ପାହାଳ ନିକଟସ୍ଥ ପାଲ୍ ମନ୍ତ୍ରା ପକ୍ଷରୁ ଏହି ବିଶେଷ ପ୍ରସ୍ତୁତି କରାଯାଇଛି। ୨୨ ତାରିଖରୁ ଏହି ଫୁଡ୍ ଫେଷ୍ଟିଭାଲ୍ ଆରମ୍ଭ ହୋଇଛି। ଏହା ଅକ୍ଟୋବର୨ ପର୍ଯ୍ୟନ୍ତ ଚାଲିବ।
ଓଡ଼ିଶାବାସୀଙ୍କୁ ରାଜସ୍ଥାନର ସୁସ୍ୱାଦୁ ପାରମ୍ପରିକ ଖାଦ୍ୟର ମଜା ଦେବା ପାଇଁ ହୋଟେଲ ପରିସରକୁ ରାଜସ୍ଥାନୀ ଢଙ୍ଗରେ ସଜା ଯାଇଛି। ରାଜସ୍ଥାନରୁ ଆସିଥିବା ତିନିଜଣ କଣ୍ଠଶିଳ୍ପୀ ପାରମ୍ପରିକ ରାଜସ୍ଥାନୀ ଗୀତ ଗାଇ ହୋଟେଲକୁ ଆସୁଥିବା ଲୋକଙ୍କୁ ସ୍ୱାଗତ କରୁଛନ୍ତି। ରାଜସ୍ଥାନର ଚାଲିଚଳଣି, ପରମ୍ପରା ସମ୍ପର୍କରେ ମଧ୍ୟ ବୁଝାଉଛନ୍ତି। ରାଜସ୍ଥାନର କୁଶଳୀ ସେଫ୍‌ମାନଙ୍କୁ ନେଇ ପ୍ରତିଦିନ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ହୋଟେଲ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ରାଜସ୍ଥାନର ଡାଲ୍‌-ବାଟି-ଚୁରମାର, ମକାଇକା ରବା, ପନିର ସୋଲା, ମେହମକା ଇସ୍କ, ତରଭରା କବାବ୍‌, ପନିର ବଞ୍ଜାରା, ପନିର ଖଟା ପିଆଜ୍‌, କ୍ଷିର ସାଙ୍ଗରି, ଘାଟାକରି, ଜୋତପୁର ପଲାଉ, ବେସନ ଚକି, ରସମଲାଇ ଭଳି ଖାଦ୍ୟର ମଜା ଚଖାଇବା ପାଇଁ ପ୍ରସ୍ତୁତି କରାଯାଇଛି।
ପାଲ୍ ମନ୍ତ୍ରାର ଅଧ୍ୟକ୍ଷ ସୁଶାନ୍ତ ମହାପାତ୍ର ଓଡ଼ିଶାଲାଇଭ୍‌କୁ କହିଛନ୍ତି,”ପାଲ୍ ମନ୍ତ୍ରା ୧୨ ମାସରେ ୧୨ଟି ଫୁଡ୍ ଫେଷ୍ଟିଭାଲ୍ କରିବାକୁ ଯାଉଛି। ବର୍ତ୍ତମାନ ପୂଜା ଅବସରରେ ଆମେ ରାଜସ୍ଥାନୀ ଫୁଡ୍ ଫେଷ୍ଟିଭାଲ୍ ଆୟୋଜନ କରୁଛୁ। ଓଡ଼ିଶା ତଥା ଓଡ଼ିଶା ବାହାରୁ ଆସୁଥିବା ଗ୍ରାହକଙ୍କୁ ଏହା ବେଶ୍ ସୁହାଇବ ବୋଲି ଆଶା ରହିଛି।”

 

1 COMMENT

LEAVE A REPLY

Please enter your comment!
Please enter your name here