ଓଡ଼ିଶାଲାଇଭ୍‌ ବ୍ୟୁରୋ

୩୮ତମ ‘ଶାରଳା ପୁରସ୍କାର’ ପାଇବେ ବିଶିଷ୍ଟ ଲେଖିକା ବନଜ ଦେବୀ। ‘କାଠପୁଅ’ ଗଳ୍ପ ସଙ୍କଳନ ନିମନ୍ତେ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। ଶାରଳା ପୁରସ୍କାର ଉପଦେଷ୍ଟା ପରିଷଦ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପୁରସ୍କାରସ୍ୱରୂପ ତାଙ୍କୁ ୫ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ।
ପଣ୍ଡିତ ଗୁରୁ ଡକ୍ଟର ଘାସିରାମ ମିଶ୍ରଙ୍କୁ ‘ଇଲା ପଣ୍ଡା ସଙ୍ଗୀତ ସମ୍ମାନ’ ଏବଂ ଡକ୍ଟର ଦୁର୍ଗା ପ୍ରସାଦ ଦାସଙ୍କୁ ‘ଇଲା ପଣ୍ଡା ଚିତ୍ରକଳା ସମ୍ମାନ’ରେ ସମ୍ମାନିତ କରାଯିବ। ପୁରସ୍କାରସ୍ୱରୂପ ଉଭୟଙ୍କୁ ୧,୫୦,୦୦୦ ଟଙ୍କା ପ୍ରଦାନ କରାଯିବ।
ଆସନ୍ତା ୨୬ ତାରିଖରେ ମେ’ଫେୟାର ଲାଗୁନ୍‌‍ରେ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ ବୋଲି ବୈଠକରୁ ଜଣାପଡିଛି। ଏହି ଉତ୍ସବରେ ବିଶିଷ୍ଟ ଲେଖିକା ମାମଙ୍ଗ ଦାଇ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

Comment