ଓଡିଶାଲାଇଭ୍ ବ୍ୟୁରୋ

ଆଉ ଜଣେ ଓଡ଼ିଆ ଝିଅ ଜାତୀୟ ସ୍ତରରେ କମାଲ୍ ଦେଖାଇଛନ୍ତି। ଭାରତୀୟ ଅର୍ଥ ସେବା(ଆଇ.ଇ.ଏସ୍) ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରି ଷ୍ଟିଲ୍‌ ସିଟି ରାଉରକେଲାର ମନୀଷା ଖୁଣ୍ଟିଆ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି।
ୟୁନିଅନ୍ ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ୧୫ ଜଣ ପରୀକ୍ଷାର୍ଥୀ କୃତିତ୍ୱ ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରେ ମନୀଷା ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ମନୀଷା ରାଉରକେଲାର ମାଉଣ୍ଟ କାରମେଲ୍ କନଭେଣ୍ଟ ସ୍କୁଲ ଏବଂ ଇସ୍ପାତ ଇଂରାଜୀ ମିଡିୟମ ସ୍କୁଲରେ ପାଠ ପଢ଼ିବା ପରେ ନୂଆଦିଲ୍ଲୀ ଯାଇଥିଲେ। ନୂଆଦିଲ୍ଲୀର ଇନ୍ଦ୍ରପ୍ରସ୍ଥ କଲେଜରେ ମନୀଷା ଗ୍ରାଜୁଏଟ୍ ପାସ୍ କରିଛନ୍ତି। ଏହାପରେ ସେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ଶିକ୍ଷା ଗ୍ରହଣ କରିଥିଲେ।
ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ଡେପୁଟି ଜେନେରାଲ ମ୍ୟାନେଜର ଥିବା ମନୀଷାଙ୍କ ବାପା ବିଜୟ କୁମାର ଖୁଣ୍ଟିଆ ଝିଅର ଏହି ସଫଳତାରେ ଖୁସି ଜାହିର କରିଛନ୍ତି। କହିଛନ୍ତି, “ସେ ଆଇ.ଇ.ଏସ୍ ପରୀକ୍ଷା ପାଇଁ କଠିନ ପରିଶ୍ରମ କରିଛି। ସେହି ପରିଶ୍ରମର ଫଳ ଆଜି ସେ ପାଇଥିବାରୁ ଆମେ ବହୁତ ଖୁସି।”

Comment