ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱର ସବୁଠୁ ଓଜନିଆ ମହିଳା ଇମାନ୍ ଅହମ୍ମଦ ଆଉ ନାହାନ୍ତି। ସୋମବାର ଭୋର୍ ସମୟରେ ଆବୁଧାବିର ବର୍ଜିଲ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ହୃଦରୋଗ ଓ କିଡ୍‌ନୀ ରୋଗରେ ସେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୩୭ ବର୍ଷ ହୋଇଥିଲା।
ଇଜିପ୍ଟର ଇମାନ୍ ଅହମ୍ମଦ ଛୋଟ ବେଳୁ ବିରଳ ଥାଏରଡ଼ ରୋଗରେ ଆକ୍ରାନ୍ତ ହୋଇଥିଲେ। ଫଳରେ ତାଙ୍କ ଓଜନ ବୃଦ୍ଧିପାଇ ୫୦୦ କିଲୋରେ ପହଞ୍ଚି ଯାଇଥିଲା।
ଥାଏରଡ ଅସ୍ତ୍ରୋପଚାର ପାଇଁ ଇମାନ୍ ଭାରତ ଆସିଥିଲେ। ଭାରତରେ ଅସ୍ତ୍ରୋପଚାର କରିବା ପରେ ଇମାନ ଅହମ୍ମଦଙ୍କର ୩୦ କିଲୋରୁ ଅଧିକ ଓଜନ ହ୍ରାସ ପାଇଥିଲା। ନିୟମିତ ଚିକିତ୍ସା ପାଇଁ ତାଙ୍କୁ ମେ’ ମାସ ୪ ତାରିଖରେ ଆବୁଧାବିର ବର୍ଜିଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ଜନ୍ମ ହେବା ବେଳେ ଇମାନଙ୍କ ଓଜନ ୫ କିଲୋ ଥିଲା। ସେତେବେଳେ ଡାକ୍ତର କହିଥିଲେ ଇମାନ୍ ଏଲିଫେଣ୍ଟାଇସିସରେ ଆକ୍ରାନ୍ତ। ଗ୍ରନ୍ଥି ଜନିତ ସମସ୍ୟା ଯୋଗୁଁ ତାଙ୍କ ଶରୀରରେ ଅଧିକରୁ ଅଧିକ ପାଣି ଜମି ରହୁଥିଲା। ବିଭିନ୍ନ ହସ୍ପିଟାଲ ବୁଲିବା ପରେ ସେ ଆରୋଗ୍ୟ ଲାଭ କରିପାରି ନ ଥିଲେ। ଫଳରେ ସୋମବାର ତାଙ୍କର ମୃତ୍ୟୁ ଘଟିଛି।

LEAVE A REPLY

Please enter your comment!
Please enter your name here