ଓଡ଼ିଶାଲାଇଭ୍ ବ୍ୟୁରୋ

ନନ୍ଦନକାନନରେ ଥିବା ଏକମାତ୍ର ପୁରୁଷ ଜେବ୍ରାର ଆକସ୍ମିକ ମୃତ୍ୟୁ ଘଟିଛି। ଫଳରେ ନନ୍ଦନକାନନ ଜେବ୍ରା ଶୂନ୍ୟ ହୋଇଯାଇଛି।
ନନ୍ଦନକାନର ୩୪(କ) ଖୁଆଡ଼ରେ ଜେବ୍ରାଟି ମରିପଡ଼ିଥିବାର ସୋମବାର ସକାଳେ ଦେଖିବାକୁ ମିଳିଛି। ମୃତ ଜେବ୍ରାର ବୟସ ଅଢ଼େଇ ବର୍ଷ ହୋଇଥିଲା। ୨୦୧୫ ସେପ୍ଟେମ୍ବର ମାସରେ ଜେବ୍ରାଟିକୁ ଅନ୍ୟ ୩ ସାଥୀଙ୍କ ସହ ଇସ୍ରାଏଲର ତେଲବିଭରୁ ଅଣାଯାଇଥିଲା।
ନନ୍ଦନକାନନରେ ଜେବ୍ରାଟିର କେମିତି ମୃତ୍ୟୁ ଘଟିଲା ତାହାର ପ୍ରକୃତ କାରଣ ଜଣାପଡ଼ିନି। ରବିବାର ଘଟିଥିବା ବଜ୍ରପାତ ଯୋଗୁଁ ଜେବ୍ରାର ମୃତ୍ୟୁ ହୋଇଥିବା କୁହାଯାଉଛି। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ି। ପୂର୍ବରୁ ଦୁଇଟି ଜେବ୍ରାର ମୃତ୍ୟୁ ଘଟିଥିଲା। ଗତ ମେ’ ୩୦ ତାରିଖରେ ଏକ ପୁରୁଷ ଜେବ୍ରାର ମୃତ୍ୟୁ ଘଟିଥିଲା।
ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି,”ରବିବାର ପର୍ଯ୍ୟନ୍ତ ଜେବ୍ରାଟି ସୁସ୍ଥ ଥିଲା। ସେ ଅସୁସ୍ଥ ଥିବା ଭଳି ଜଣାପଡ଼ୁନଥିଲା। ଜେବ୍ରାଟି ପ୍ରତିଦିନ ଭଳି ରବିବାର ମଧ୍ୟ ଖାଦ୍ୟ ଖାଇବା ସହ ଖୁଆଡ଼ରେ ବିଚରଣ କରୁଥିଲା। ତେବେ ହଠାତ୍ କେମିତି ଜେବ୍ରାଟିର ମୃତ୍ୟୁ ହେଲା ତାହା ଜଣାପଡ଼ିନାହିଁ।”
ଜେବ୍ରା ଆଣିବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଅନ୍ୟ ଚିଡ଼ିଆଖାନା ସହ ଆଲୋଚନା ଜାରି ରଖିଛନ୍ତି।

LEAVE A REPLY

Please enter your comment!
Please enter your name here