ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ତ୍ତମାନ ଢେର ଚର୍ଚ୍ଚାରେ ଥିବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାନସ ସନ୍ତାନ କୁହାଯାଉଥିବା ବୁଲେଟ୍‌ ଟ୍ରେନ୍‌କୁ ହିନ୍ଦୀରେ କ’ଣ କୁହାଯିବ ବୋଲି ଜଣେ ସାମ୍ବାଦିକ ପ୍ରଶ୍ନ ପଚାରିବାରୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ତାଙ୍କ ଉପରେ ରାଗିଯାଇଥିବାର ଏକ ମଜାଦାର ଖବର ଆସିଛି।
ଦିଲ୍ଲୀରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ଏହି ଟ୍ରେନ୍ ସମ୍ପର୍କରେ ରବିବାର ଦିନ ବିସ୍ତୃତ ସୂଚନା ସାମ୍ବାଦିକମାନଙ୍କୁ ଦେଉଥିଲେ। ବୁଲେଟ ଟ୍ରେନ ହେବା ଫଳରେ କଣ ସୁବିଧା ହେବ ଏବଂ ଭାରତୀୟ ରେଳର ପରିଚୟ କିଭଳି ବଦଳିବ ସେ ସମ୍ପର୍କରେ ଅଥର୍ମନ୍ତ୍ରୀ ଏହି ସାମ୍ବାଦିକ ସମ୍ମିଳନୀରେ ବୁଝାଉଥିଲେ। ଯେଉଁମାନେ ବୁଲେଟ ଟ୍ରେନ୍ ସମ୍ପର୍କରେ ସନ୍ଦେହ ପ୍ରକଟନ କରୁଛନ୍ତି ସେମାନେ ଥରେ ଥରେ ଜାପାନ ବୁଲି ଆସିବା ଦରକାର ବୋଲି ସେ ମନ୍ତବ୍ୟ ଦେଇଥିଲେ।
ଏହି ସମୟରେ ଆଗରେ ବସିଥିବା ଜଣେ ସାମ୍ବାଦିକ ପଚାରିଲେ ଜେଟଲୀ ଜି ବୁଲେଟ ଟ୍ରେନ୍‌ର ହିନ୍ଦୀ ଅର୍ଥ କଣ। ଏହା ଶୁଣି ଜେଟଲୀଙ୍କ ମୁଡ୍ ବିଗିଡି ଯାଇଥିଲା। ଏହି ଅଖାଡୁଆ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଜେଟଲୀ କହିଲେ ଯେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ଚାଲିଥିବା ବେଳେ ଏହିପରି ହାଲ୍‌କା ପ୍ରଶ୍ନ ପଚାରିବା ଠିକ୍ ନୁହେଁ ଓ ପ୍ରଶ୍ନକର୍ତ୍ତା ଟିକିଏ ସିରିଅସ୍ ହେବା ଦରକାର।
ସମ୍ପୃକ୍ତ ସାମ୍ବାଦିକ ପୂର୍ବରୁ ମଧ୍ୟ ଏହିଭଳି କିଛି ଅବାନ୍ତର ପ୍ରଶ୍ନ ପଚାରିଥିବା ଅଭିଯୋଗ ହୋଇଛି।

LEAVE A REPLY

Please enter your comment!
Please enter your name here