ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାତଞ୍ଜଳି ଆୟୁର୍ବେଦର ମାଲିକ ଆଚାର୍ଯ୍ୟ ବାଳକୃଷ୍ଣ ଏକ ଲମ୍ବା କୁଦ ମାରିଛନ୍ତି। ସେ ବର୍ତ୍ତମାନ ଦେଶର ଟପ୍‍ ୧୦ ଧନୀ ଲୋକମାନଙ୍କ ମଧ୍ୟରେ ଅନ୍ୟତମ। ‘ହୁରୁନ ଇଣ୍ଡିଆ’ ନାମକ ଏକ ସଂସ୍ଥା ତରଫରୁ ପ୍ରସ୍ତୁତ ସଦ୍ୟତମ ତାଲିକାରେ ଏହି ତଥ୍ୟ ପ୍ରଦାନ କରାଯାଇଛି। ରିପୋର୍ଟ ଅନୁସାରେ ରିଲାଏନ୍‌ସ ଇଣ୍ଡଷ୍ଟ୍ରି ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଧନୀ ତାଲିକାରେ ସବୁଠାରୁ ଉପରେ ଅଛନ୍ତି। ନୋଟ ବନ୍ଦୀ ଓ ଜିଏସଟି ଲାଗୁହେବା ପରେ ବି ମୁକେଶ ଅମ୍ବାନିଙ୍କ ରୋଜଗାର ଉପରେ କୌଣସି ପ୍ରଭାବ ପଡ଼ିନାହିଁ।
ବାଳକୃଷ୍ଣଙ୍କ ଲଙ୍ଗ୍‌‍ ଜମ୍ପ୍‌
ବାବା ରାମଦେବଙ୍କ କମ୍ପାନି ପାତଞ୍ଜଳି ଆୟୁର୍ବେଦର ସିଇଓ ଆଚାର୍ଯ୍ୟ ବାଳକୃଷ୍ଣ ସବୁଠାରୁ ବଡ଼ ଝଟକା ଦେଇ ଉପରକୁ ଉଠିଛନ୍ତି। ଗତବର୍ଷ ତାଙ୍କ ନାମ ଧନୀଲୋକ ତାଲିକାରେ ୨୫ରେ ଥିବା ବେଳେ ଏବେ ତାହା ୧୦ରେ ପହଞ୍ଚିଛି। ତାଙ୍କ ସମ୍ପତ୍ତିର ପରିମାଣ ଗୋଟିଏ ବର୍ଷ ମଧ୍ୟରେ ୧୭୩% ବୃଦ୍ଧି ପାଇଛି। ବାଳକୃଷ୍ଣଙ୍କ ସମ୍ପତ୍ତି ଏବେ ୭୦ ହଜାର କୋଟି ଟଙ୍କାରେ ପହଞ୍ଚିଛି।
ଅମ୍ବାନୀ ସବା ଆଗରେ
ମୁକେଶ ଅମ୍ବାନୀ ଲଗାତାର ଷଷ୍ଠ ଥର ପାଇଁ ତାଲିକାରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି। ୟେମେନ ନାମକ ଦେଶର ମୋଟ ସମ୍ପତ୍ତିର ୫୦ ପ୍ରତିଶତ ଅଧିକ ସମ୍ପତ୍ତି ମୁକେଶ ଠୁଳ କରିପାରିଛନ୍ତି। ରିଲାଏନ୍‌ସ କମ୍ପାନିର ସେୟାର ମାର୍କେଟରେ ଭଲ କରୁଥିବାରୁ ମୁକେଶ‍ଙ୍କ ସମ୍ପତ୍ତି ୫୭ ପ୍ରତିଶତ ବୃଦ୍ଧି ପାଇଛି ଓ ଏହା ଏବେ ୨.୫୭ ଲକ୍ଷ କୋଟିର ହୋଇଛି। ବିଶ୍ୱର ଧନୀ ଲୋକମାନଙ୍କ ତାଲିକାରେ ମୁକେଶଙ୍କ ସ୍ଥାନ ବେଶୀ ତଳକୁ ନାହିଁ। ସେ ଅଛନ୍ତି ୧୫ତମ ସ୍ଥାନରେ।

LEAVE A REPLY

Please enter your comment!
Please enter your name here