ଓଡ଼ିଶାଲାଇଭ୍ ବ୍ୟୁରୋ

ବାଣୀବିହାରରୁ ଉଠିଲା ସାଇନ୍-ଏ-ଡାଏ। ଉତ୍କଳ ବିଶ୍ୱବିଦ୍ୟାଳୟ  କର୍ତ୍ତୃପକ୍ଷ ମଙ୍ଗଳବାର ନେଇଛନ୍ତି ଏହି ନିଷ୍ପତ୍ତି। ତେବେ ପୂଜା ଛୁଟି ପରେ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
କ୍ୟାମ୍ପସ୍‌ରେ ସ୍ୱାଭାବିକ ସ୍ଥିତି ଫେରି ଆସିଥିବାରୁ କର୍ତ୍ତୃପକ୍ଷ ସାଇନ୍-ଏ-ଡାଏ ଉଠାଇଛନ୍ତି।

କ୍ୟାମ୍ପସ୍‌ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଶ୍ୱବିଦ୍ୟାଳୟ ମୁଖ୍ୟ ଗେଟ୍ ଦେଇ ଯାତାୟାତ କରୁଥିବା ବ୍ୟକ୍ତିଙ୍କୁ ପରିଚୟପତ୍ର ଦିଆଯିବ। ସେମାନେ ଯିବା ଆସିବା ବେଳେ ପରିଚୟପତ୍ର ସୁରକ୍ଷା କର୍ମୀଙ୍କୁ ଦେଖାଇବେ। ଏହାସହ ହଷ୍ଟେଲରେ କୌଣସି ଅଣଛାତ୍ର କିମ୍ବା ବାହାର ଲୋକଙ୍କୁ ରହିବାକୁ ଅନୁମତି ଦିଆଯିବ ନାହିଁ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଯେଉଁ ଛାତ୍ର ନିୟମ ନ ମାନିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଛାତ୍ର ସଂସଦ ନିର୍ବାଚନକୁ ନେଇ ବାଣୀବିହାର ଅଶାନ୍ତ ହୋଇଯାଇଥିଲା। କ୍ୟାମ୍ପସରେ ବୋମା ମାଡ଼ ହେବାରୁ କର୍ତ୍ତୃପକ୍ଷ ନିର୍ବାଚନ ବାତିଲ କରି ଦେଇଥିଲେ। ଫଳରେ ୧୮ ତାରିଖରୁ ବିଶ୍ୱବିଦ୍ୟାଳୟକୁ ସାଇନ୍-ଏ-ଡାଏ ଘୋଷଣା କରାଯାଇଥିଲା। ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡ଼ି ଚାଲିଯିବାକୁ କୁହାଯାଇଥିଲା। ଛାତ୍ର ଅଶାନ୍ତିଙ୍କୁ ଦୃଷ୍ଟିରେ ରଖି କ୍ୟାମ୍ପସ୍‌ରେ ୧୪୪ ଧାରା ଲାଗୁ କରାଯାଇଥିଲା।

 

LEAVE A REPLY

Please enter your comment!
Please enter your name here