ଓଡ଼ିଶାଲାଇଭ୍ ବ୍ୟୁରୋ

ଡାକ୍ତରମାନଙ୍କୁ ପୂଜା ଭେଟି ଦେଇଛନ୍ତି କେନ୍ଦ୍ର ସରକାର। ଏଣିକି ଡାକ୍ତରମାନେ ୬୨ ବଦଳରେ ୬୫ ବର୍ଷରେ ଅବସର ନେବେ। ଡାକ୍ତରମାନଙ୍କୁ ଖୁସ୍ କରିବା ପାଇଁ ମହା ସପ୍ତମୀରେ କେନ୍ଦ୍ର କ୍ୟାବିନେଟ୍ ବୁଧବାର ଏଭଳି ନିଷ୍ପତ୍ତି ନେଇଛି। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସେବା ଅଧୀନରେ କାମ କରୁଥିବା ଡାକ୍ତରଙ୍କ ବୟସ ସୀମାକୁ ସରକାର ୬୫ ବର୍ଷକୁ ବଢ଼ାଇ ଦେଇଛନ୍ତି। ପୂର୍ବରୁ ଏମାନେ ୬୨ ବର୍ଷରେ ଅବସର ନେଉଥିଲେ।
କେନ୍ଦ୍ର ଆଇନ୍ ଓ ସୂଚନା ପ୍ରଯୁକ୍ତି ବିବଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, “ଡାକ୍ତରଙ୍କ ଅବସର ବୟସ ବୃଦ୍ଧି ସମ୍ପର୍କିତ ନିଷ୍ପତ୍ତି ପିଛିଲା ଭାବେ ୨୦୧୬ ମସିହା ମେ’ ୩୧ ତାରିଖରୁ ଲାଗୁ ହେବ। ଡାକ୍ତରଙ୍କ ଅଭାବ ଓ ରୋଗୀ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।”
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଅନ୍ୟ ବିଭାଗଗୁଡିକରେ ମୋଟ ୧୪୪୫ ଡାକ୍ତର କାମ କରୁଛନ୍ତି। ବୁଧବାର ବସିଥିବା କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିଥିଲେ।

LEAVE A REPLY

Please enter your comment!
Please enter your name here