ଓଡିଶାଲାଇଭ୍ ବ୍ୟୁରୋ

ମୁହାଁମୁହିଁ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଫେସ୍‌ବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ। ଫେସବୁକ୍‌ରେ ସବୁବେଳେ ମୋ’ ବିରୋଧରେ ପୋଷ୍ଟ ଅପ୍‌ଲୋଡ ହେଉଛି ବୋଲି ଟ୍ରମ୍ପ ଟ୍ୱିଟ କରିବା ପରେ ଏହାର ଜବାବ ଦେଇଛନ୍ତି ଜୁକରବର୍ଗ। କହିଛନ୍ତି ଫେସ୍‌ବୁକ୍ ସବୁ ବର୍ଗର ଲୋକଙ୍କ ମତ ଓ ମନ୍ତବ୍ୟକୁ ଗ୍ରହଣ କରିଥାଏ। ସୋସିଆଲ ମିଡିଆ ଟ୍ରମ୍ପ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିନାହିଁ। ଫେସ୍‌ବୁକ୍‌ ବିଭିନ୍ନ ବିଚାରଧାରାର ଲୋକଙ୍କୁ ନେଇ ଚାଲିଛି।
ବୁଧବାର ଟ୍ରମ୍ପ ଟ୍ବିଟ କରିଥିଲେ ଯେ,”ଫେସ୍‌ବୁକ୍‌ ସବୁବେଳେ ‘ଆଣ୍ଟି ଟ୍ରମ୍ପ’ ଆଭିମୁଖ୍ୟ ଗ୍ରହଣ କରୁଛି। କେବଳ ଫେସ୍‌ବୁକ୍‌ ନୁହେଁ, ୱାଶିଂଟନ୍ ପୋଷ୍ଟ ମଧ୍ୟ ଟ୍ରମ୍ପ ବିରୋଧୀ ଅଭାମୁଖ୍ୟ ଗ୍ରହଣ କରୁଛି। ସବୁ ଷଡ଼ଯନ୍ତ୍ରକାର ଏକାଠି ହୋଇଛନ୍ତି”
ଟ୍ରମ୍ପଙ୍କ ଟ୍ୱିଟର ଜବାବ ଫେସ୍‌ବୁକ୍‌ ପ୍ରତିଷ୍ଠାତା ଜୁକରବର୍ଗ ଗୁରୁବାର ତାଙ୍କ ଫେସବୁକ ପେଜରେ ଦେଇଛନ୍ତି।
ମାର୍କ ଜୁକରବର୍ଗ ଉଲ୍ଲେଖ କରିଛନ୍ତି,”ଫେସ୍‌ବୁକ୍‌ ପ୍ରତିଦିନ ବିଭିନ୍ନ ବର୍ଗର ଲୋକଙ୍କ କଥା ଶୁଣୁଛି। ବିଭିନ୍ନ ବର୍ଗ ଲୋକଙ୍କ ବିଚାରକୁ ପ୍ରାଧାନ୍ୟ ଦେଉଛି। ଟ୍ରମ୍ପ କହୁଛନ୍ତି ଫେସବୁକ ତାଙ୍କ ବିରୋଧୀ। ହେଲେ ଫେସବୁକ୍ ତାଙ୍କୁ ସହଯୋଗ କରିଛି। ସମସ୍ତଙ୍କ ବିଚାରକୁ ଗୋଟିଏ ମଞ୍ଚରେ ରଖିବା ପାଇଁ ପ୍ରୟାସ କଲେ ଏଭଳି ଅସୁବିଧା ଆସିଥାଏ।”
 
 

LEAVE A REPLY

Please enter your comment!
Please enter your name here