ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂଜାମଣ୍ଡପରେ ଚାଲିଛି ମହାମାୟୀଙ୍କ ମହାଅଷ୍ଟମୀ ପୂଜା। ଏହାକୁ ନେଇ ସିଲଭରସିଟି କଟକରୁ ସ୍ମାର୍ଟସିଟି ଭୁବନେଶ୍ୱର ଉଠୁଛି ପଡ଼ୁଛି। ଶ୍ରଦ୍ଧାଳୁମାନେ ମହା ଅଷ୍ଟମୀରେ ମା’ଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜାମଣ୍ଡପରେ ଭିଡ଼ ଲଗାଇଛନ୍ତି। ଘଣ୍ଟଘଣ୍ଟା ଓ ପଣ୍ଡିତଙ୍କ ମନ୍ତ୍ର ଧ୍ୱନିରେ ପୂଜା ମଣ୍ଡପ ପ୍ରକମ୍ପିତ ହେଉଛି। ସିଲଭରସିଟିରେ ସୁନା ଚାନ୍ଦିରେ ଆଭୂଷିତା ମା’ଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିବା ବେଳେ ଭୁବନେଶ୍ୱରରେ ଆକର୍ଷଣୀୟ ତୋରଣ ମନମୋହୁଛି।
ପୂଜାମଣ୍ଡପରେ ମା’ଙ୍କ ମହା ଅଷ୍ଟମୀ ପୂଜା ଚାଲିଥିବା ବେଳେ ପୀଠରେ ମହାନବମୀ ପୂଜା ଧୁମ୍‌ଧାମରେ କରାଯାଉଛି। ଷୋଡ଼ଶ ଉପଚାରରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। କଟକର ଚାନ୍ଦିନୀଚୌକ, ଖାନ୍‌ନଗର, ଦର୍ଘା ବଜାର, ଚୌଧୁରୀ ବଜାର, ଅଲିଶା ବଜାର, କଲେଜ ଛକ, ଚାଉଳିଆ ଗଞ୍ଜ, ଦୋମୁଣ୍ଡାଇ ଭଳି ପ୍ରମୁଖ ପୂଜା ମଣ୍ଡପରେ ଦିନ ତମାମ୍‍ ଭିଡ଼ ଜମୁଥିବା ବେଳେ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତି କାର୍ଯ୍ୟକ୍ରମକୁ ଲୋକେ ଉପଭୋଗ କରୁଛନ୍ତି।
ସେହିପରି ଭୁବନେଶ୍ୱରର ରସୁଲଗଡ଼, ପୁରୁଣା ଷ୍ଟେସନବଜାର, ବମିଖାଲ, ଝାରପଡ଼ା, ସହିଦନଗର, ନୟାପଲ୍ଲୀ, ବରମୁଣ୍ଡାରେ ନିର୍ମିତ ତୋରଣ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

LEAVE A REPLY

Please enter your comment!
Please enter your name here