ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ସରକାର ୫ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି। ଖବର ଅନୁସାରେ ବିହାର, ଅରୁଣାଚଳ ପ୍ରଦେଶ, ମେଘାଳୟ ଓ ତାମିଲନାଡୁ ନୂଆ ରାଜ୍ୟପାଳ ପାଇବେ।
ସେହିଭଳି ଅବସରପ୍ରାପ୍ତ ଆଡ୍‌ମିରାଲ ଦେବେନ୍ଦ୍ର କୁମାର ଯୋଶୀଙ୍କୁ ଆଣ୍ଡ।ମାନ ଓ ନିକୋବ ର ର ଲେଫ୍‌ଟନାଣ୍ଟ ଗଭର୍ଣ୍ଣର କରାଯାଇଛି। ବର୍ତ୍ତମାନ ସେଠାରେ ଥିବା ଉପ-ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁଖିଙ୍କୁ ଆସାମ ରାଜ୍ୟପାଳ ଭାବରେ ପଠାଯାଇଛି।
ବିଦେଶ ଗସ୍ତରେ ଯିବା ପୂର୍ବରୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏହି ନୂଆ ନିଯୁକ୍ତି ଉପରେ ଦସ୍ତଖତ କରିଛନ୍ତି।
ବିହାରରେ ସତପାଲ ମଲିକଙ୍କୁ, ଅରୁଣାଚଳ ପ୍ରଦେଶରେ ଆଡମିରାଲ ବିଡି ମିଶ୍ର, ମେଘାଳୟରେ ଗଙ୍ଗା ପ୍ରସାଦ ଓ ତାମିଲନାଡୁରେ ବନବାରି ଲାଲ ପୁରୋହିତଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।

LEAVE A REPLY

Please enter your comment!
Please enter your name here