ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାରେ ପୁଣି ଗର୍ଜିଛି ଆତତାୟୀଙ୍କ ବନ୍ଧୁକ। ଅତର୍କିତ ଗୁଳିଚାଳନା ଯୋଗୁଁ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। ଏହାସହ ପ୍ରାୟ ୨୦୦ ଲୋକ ଆହତ ହୋଇଛନ୍ତି। ଆମେରିକାର ଏକ ହୋଟେଲରେ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଭୟଙ୍କର ଆକ୍ରମଣ ଘଟିଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଗୁଳିମାଡ଼ କରିଥିବା ଆତତାୟୀକୁ ପୋଲିସ ଚିହ୍ନଟ କରିଛି। ତେବେ ଗୁଳିମାଡ଼ର କାରଣ ଜଣାପଡ଼ିନାହିଁ। ହୋଟେଲରର ୩୨ତମ ମହଲାରେ ଏହି ଆକ୍ରମଣ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି।
ଏପ୍ରିଲ ୨୮ରେ ମଧ୍ୟ ଆମେରିକାର ଏକ ହୋଟେଲରେ ଗୁଳିମାଡ଼ ହୋଇଥିଲା। ପାଖାପାଖି ୩୦ ରାଉଣ୍ଡ ଗୁଳି ଫୁଟିଥିଲା। ଫଳରେ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୧୬ ଜୁନ୍‌ ମାସରେ ନାଇଟ କ୍ଲବରେ ଗୁଳିମାଡ଼ ହୋଇଥିଲା। ଏଥିରେ ୪୯ ଲୋକଙ୍କ ପ୍ରାଣହାଦୀ ଘଟିଥିଲା।

LEAVE A REPLY

Please enter your comment!
Please enter your name here