ଓଡ଼ିଶାଲାଇଭ୍ ବ୍ୟୁରୋ

ହରିୟାଣା ପୋଲିସ ହାତରେ ଧରାପଡ଼ିବା ପରେ ରାମରହିମଙ୍କ ଧରମ ଝିଅ ଗଣମାଧ୍ୟମ ଆଗରେ ମୁହଁ ଖୋଲି ପାପ ଘୋଡ଼ାଇଛନ୍ତି। ଡେରା ସଚ୍ଚା ଆଶ୍ରମର ମୁଖ୍ୟ ରାମରହିମଙ୍କ ସହ ତାଙ୍କର କୌଣସି ଅବୈଧ ସମ୍ପର୍କ ନାହିଁ ବୋଲି କହିଛନ୍ତି। ତାଙ୍କ ଭିତରେ ବାପ, ଝିଅର ପବିତ୍ର ସମ୍ପର୍କ ରହିଥିଲା ବୋଲି ହନିପ୍ରୀତ କହିଛନ୍ତି।
କିଛିଦିନ ତଳେ ହନିପ୍ରୀତଙ୍କ ପୂର୍ବତନ ସ୍ବାମୀ ବିଶ୍ବାସ ଗୁପ୍ତା ରାମରହିମ୍ ଏବଂ ହନିପ୍ରୀତଙ୍କ ପାପ ସମ୍ପର୍କର ପୋଲ୍ ଖୋଲିଥିଲେ।  ଦୃଢ଼ତାର ସହ କହିଥିଲେ ରାମରହିମ୍‌ଙ୍କ ସହ ହନିପ୍ରୀତଙ୍କ ଖରାପ ସମ୍ପର୍କ ରହିଥିଲା। ହେଲେ ଗଣମାଧ୍ୟମ ସମ୍ମୁଖରେ ହନିପ୍ରୀତ ଆଜି ତାଙ୍କ ପାପ ଲୁଚାଇ ବାପ-ଝିଅର ପବିତ୍ର ସମ୍ପର୍କକୁ କଳୁଷିତ କରାଯାଉଛି ବୋଲି ସଫେଇ ଦେଇଛନ୍ତି।
ଜଣେ ବାପା କ’ଣ ତା’ ଝିଅର ମୁଣ୍ଡ ଉପରେ ହାତ ରଖି ପାରିବ ନାହିଁ? ଗୋଟିଏ ଝିଅ କ’ଣ ତା’ ବାପାକୁ ଭଲ ପାଇବା ଅପରାଧ କି ବୋଲି ହନିପ୍ରୀତ ପାଲଟା ପ୍ରଶ୍ନ କରିଛନ୍ତି। ବିଶ୍ବାସ ଗୁପ୍ତା ଆଣିଥିବା ଅଭିଯୋଗ ଉପରେ ହନିପ୍ରୀତ କିଛି କହିବାକୁ ଆଗ୍ରହ ପ୍ରକାଶ କରି ନାହାନ୍ତି।
ଅଭିଯୁକ୍ତଙ୍କ ଭଳି ଫେରାର ହେବା ସମ୍ପର୍କରେ ହନିପ୍ରୀତ କହିଛନ୍ତି, ରାମରହିମଙ୍କୁ ମୁଁ ଭକ୍ତି କରୁଥିଲି। ସେ ଜେଲ୍‌ ଚାଲିଯିବା ପରେ ମୁଁ ମାନସିକ ଭାରସାମ୍ୟ ହରାଇ ବସିଲି। ମୋ’ ଉପରେ ଦେଶଦ୍ରୋହର ଅଭିଯୋଗ ଅଣାଗଲା। ବାପା ରାମରହିମ୍ ଜେଲ ଯିବା ପରେ ମୁଁ ବେସାହାରା ଅନୁଭବ କଲି। ଲୋକମାନେ ମୋ’ ପ୍ରତି ଯେମିତି ବ୍ୟବହାର ପ୍ରଦର୍ଶନ କଲେ ବାଧ୍ୟ ହୋଇ ଏଣେତେଣ ବୁଲିଲି। ଡେରା ଆଶ୍ରମରେ ନରକଙ୍କାଳ ମିଳୁଛି ବୋଲି ଯେଉଁ ଅଭିଯୋଗ ଆସିଥିଲା ଏହାକୁ ଖଣ୍ଡନ କରିଛନ୍ତି ହନିପ୍ରୀତ। କହିଛନ୍ତି ନରକଙ୍କାଳର କୌଣସି ପ୍ରମାଣ ନାହିଁ।
ଏହାସହ ହନିପ୍ରୀତ କହିଛନ୍ତି, ମୋ’ ବାପା ରାମରହିମ୍ ନିର୍ଦ୍ଦୋଷ। ଆଗାମୀ ଦିନରେ ମୁଁ ମଧ୍ୟ ନିର୍ଦ୍ଦୋଷ ପ୍ରମାଣିତ ହେବି। ଦେଶଦ୍ରୋହ ଅଭିଯୋଗକୁ ସେ ଏଡ଼ାଇ ଦେଇଛନ୍ତି। କହିଛନ୍ତି, ଦେଶ ଭକ୍ତିର ଫିଲ୍ମ କରୁଥିବା ବ୍ୟକ୍ତି କିପରି ଦେଶଦ୍ରୋହୀ ହେବ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି।

Comment