ଓଡ଼ିଶାଲାଇଭ୍ ବ୍ୟୁରୋ

ମଦ୍ରାସାଗୁଡ଼ିକରେ ଜାତୀୟ ସଙ୍ଗୀତ ପରିବେଷଣ ବାଧ୍ୟତାମୂଳକ ବୋଲି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି। ଏହା ଫଳରେ ଉତ୍ତର ପ୍ରଦେଶ ଯୋଗୀ ସରକାର ନେଇଥିବା ନିଷ୍ପତ୍ତିକୁ  ବିଚାର ବିଭାଗୀୟ ମୋହର ଲାଗିଛି।
ମଦ୍ରାସା ରେ ଜାତୀୟ ସଂଗୀତ ପରିବେଷଣ କରିବାକୁ ଯୋଗୀ ସରକାର ନେଇଥିବା ନିଷ୍ପତ୍ତି ବିରୋଧରେ ଆଗତ ରିଟ ପିଟିସନକୁ ଖାରଜ କରି କୋର୍ଟ ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦେଇଛନ୍ତି ଯେ, ଜାତୀୟ ସଂଗୀତ ଗାନରୁ ମଦ୍ରାସ ଗୁଡିକୁ ଛାଡ଼ ମିଳି ପାରିବ  ନାହିଁ।
ବିଚାରପତି ତାଙ୍କ ରାୟରେ କହିଛନ୍ତି ଯେ, ଜାତୀୟ ପତାକା ଉତ୍ତୋଳନ ଓ ଜାତୀୟ ସଂଗୀତ ପରିବେଷଣ ଏକ ସାମ୍ବିଧାନିକ କର୍ତ୍ତବ୍ୟ। ଏହି ରାୟରେ କୁହାଯାଇଛି ଯେ, ଜାତୀୟ ସଂଗୀତ ପରିବେଷଣ ସହିତ କୌଣସି ଜାତି, ଧର୍ମ ଅଥବା ଭାଷାକୁ ଯୋଡ଼ା ଯାଇ ପାରିବ ନାହିଁ ଓ ଏହାସବୁ ଭେଦଭାବର ଉପରେ।
ମଦ୍ରାସାମାନେ ମିଶି ଏହି ନିଷ୍ପତ୍ତିକୁ ଧର୍ମ ନାମରେ ଚାଲେଞ୍ଜ  କରିଥିଲେ। ରାୟ ପ୍ରକାଶ ପାଇବା ପରେ ଉତ୍ତର ପ୍ରଦେଶର ସବୁ ମୁସଲମାନ ସ୍କୁଲ ଏଣିକି ଜାତୀୟ ସଂଗୀତ ଗାନ କରିବାକୁ ବାଧ୍ୟ ହେବେ।
ଏଥି ପୂର୍ବରୁ ଯୋଗୀ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଅନ୍ୟ ଏକ ନିଷ୍ପତ୍ତିକୁ ମଧ୍ୟ ମଦ୍ରାସାମାନେ ଗ୍ରହଣ କରିନଥିଲେ। ଏହି ନିର୍ଦ୍ଦେଶ ଥିଲା ଅଗଷ୍ଟ ୧୫ ତାରିଖରେ ସବୁ ମୁସଲମାନ ସ୍କୁଲ ପତାକା ଉତ୍ତୋଳନ କରିବେ ଓ ଏହାର ରେକର୍ଡ଼ିଂ କରାଯିବ।ଏହି ନିଷ୍ପତ୍ତିକୁ ମଦ୍ରାସାଗୁଡ଼ିକ ସମାଲୋଚନା କରିଥିଲେ। କହିଥିଲେ ଯେ, ଯୋଗୀ ସରକାର ପକ୍ଷରୁ ମୁସଲିମ ସମ୍ପ୍ରଦାୟର ଦେଶ ଭକ୍ତି ଉପରେ ଅଯଥା ସନ୍ଦେହ କରାଯାଉଛି।

 

LEAVE A REPLY

Please enter your comment!
Please enter your name here