ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନ ଥିଲା ସୁଖଐଶ୍ୱର୍ଯ୍ୟ ଭୋଗ କରୁଥିଲେ ହନିପ୍ରୀତ। ଦାମୀ କାର୍‌ ସାଙ୍ଗକୁ ଏସି ରୁମ୍‌ରେ ଜୀବନକୁ ଉପଭୋଗ କରୁଥିଲେ। ହେଲେ ରାମରହିମ୍ ଗିରଫ ହେବା ଦିନରୁ ହନିପ୍ରୀତଙ୍କ ଭାଗ୍ୟ ଅନ୍ଧକାର ହୋଇଯାଇଛି। ବିଳାସ ବ୍ୟସନ ଛାଡ଼ି ହନିପ୍ରୀତ ଏବେ ପଞ୍ଚକୁଳାର ଚଣ୍ଡିମନ୍ଦିର ଥାନା ହାଜତରେ ଆଖିରୁ ଲୁହ ଗଡ଼ାଉଛନ୍ତି।

୩୮ ଦିନର ଲୁଚକାଳି ଖେଳ ପରେ ସୋମବାର ପୋଲିସ ପଞ୍ଝାରେ ଧରା ପଡ଼ିଥିଲେ ହନିପ୍ରୀତ ଇନ୍‌ସାନ୍‌। ଚଣ୍ଡିଗଡ଼ ହାଇୱେରୁ ହରିୟାଣା ପୋଲିସ ତାଙ୍କୁ ସିଧା ଉଠାଇ ଆଣିଥିଲା ପଞ୍ଚକୁଳାର ଚଣ୍ଡି ମନ୍ଦିର ଥାନାକୁ। ଚଣ୍ଡି ମନ୍ଦିର ଥାନା ହାଜତରେ ହନିପ୍ରୀତଙ୍କ ପ୍ରଥମ ରାତି କଟିଥିଲା। ହେଲେ ପୋଲିସର ତନଘେନା ଜେରାରେ ହନିପ୍ରୀତଙ୍କୁ ଆଖରୁ ନିଦ ହଜି ଯାଇଛି।
ନଖାଇ ନପିଇ ରାତି ସାରା ହନିପ୍ରୀତ ହାଜତରେ ବସି ରହିଥିଲେ। ପୋଲିସ ପକ୍ଷରୁ ଯାହା ଖାଇବାକୁ ଦିଆଯାଇଥିଲା ତାକୁ ସେ ଛୁଇଁ ନଥିଲେ। ପଛ କଥା ଭାବି ସେ ଆଖରୁ ଲୁହ ଗଡ଼ାଉଥିଲେ ବୋଲି ଜଣାପଡ଼ିଛି।
ନଖାଇ ନପିଇ ହଜତରେ ବସି ରହିବା ଯୋଗୁଁ ହନିପ୍ରୀତଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା। ଫଳରେ ତାଙ୍କୁ ଅଧ ରାତିରେ ପୋଲିସ ସିବିଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ହସ୍ପିଟାଲରେ ପରୀକ୍ଷା ନିରୀକ୍ଷା ଶେଷ ହେବା ପରେ ହନିପ୍ରୀତ ପୁଣି ହାଜତକୁ ଫେରିଥିଲେ।
କେମିତି କଟିଲା ପ୍ରଥମ ରାତି
ସନ୍ଧ୍ୟା ୭ଟା: ହନିପ୍ରୀତଙ୍କୁ ପ୍ରଥମେ ଚା’ ପିଇବାକୁ ଦିଆଯାଇଥିଲା। ଚା’ ପିଇବା ପରେ ହନିପ୍ରୀତ ଟିକେ ରିଲାକ୍ସ ହୋଇଥିଲେ।
୭ଟା୩୦: ହନିପ୍ରୀତଙ୍କୁ ହାଜତରୁ ବାହାରକୁ ଅଣାଯାଇଥିଲା। ଏହାପରେ ପୋଲିସ ତାଙ୍କୁ ୨ ଘଣ୍ଟା ଧରି ଜେରା କରିଥିଲା।
ରାତି ୯ଟା୩୦: ହନିପ୍ରୀତଙ୍କୁ ପୁଣି ହାଜତକୁ ନିଆଯାଇ ଡିନର ଦିଆଯାଇଥିଲା। ଡିନରରେ ରହିଥିଲା ରୁଟି ଏବଂ ଡାଲି। ହେଲେ ହନିପ୍ରୀତ ଡିନର ଖାଇବାକୁ ମନା କରିଦେଇଥିଲେ।
ରାତି ୧୦ଟା: ରାତିରେ ଶୋଇବା ପାଇଁ ହନିପ୍ରୀତଙ୍କୁ ୨ଟି କମ୍ବଳ ଦିଆଯାଇଥିଲା। ହେଲେ ସେ ରାତି ସାରା ଭଲରେ ଶୋଇ ପାରି ନଥିଲେ। କେତେବେଳେ ହାଜତର କାନ୍ଥକୁ ଆଉଜି ବସି ରହିଥିଲେ ତ ପୁଣି କେତେବେଳେ ହାଜତ ଭିତରେ ବ୍ୟସ୍ତ ବିବ୍ରତ ହୋଇ ଘୂରି ବୁଲିଥିଲେ।

LEAVE A REPLY

Please enter your comment!
Please enter your name here