ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯୁବସମାଜକୁ ପ୍ରେରଣା ଦେବା ପାଇଁ ‘ଇଣ୍ଟରଭ୍ୟୁ ଟାଇମ୍ସ’ ପ୍ରତିଭା ପୂଜା ପରମ୍ପରାକୁ ବଜାୟ ରଖିଛି। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ସମ୍ବର୍ଦ୍ଧିତ କରାଯାଇଛି।
ରାଜନୀତି, କଳା, ସାହିତ୍ୟ, ବ୍ୟବସାୟ, ଶିକ୍ଷା, ସାମ୍ବାଦିକତା, ସ୍ୱାସ୍ଥ୍ୟସେବା ଆଦି କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ରାଜ୍ୟର ୩୦ ଜଣ ବ୍ୟକ୍ତିବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।
ଏହି ସମ୍ବର୍ଦ୍ଧନା ସଭାରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଡକ୍ଟର ଏସ୍. ପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଇଣ୍ଟରଭ୍ୟୁ ଟାଇମ୍ସର ମୁଖ୍ୟ ସମ୍ପାଦକ ଦିବ୍ୟଜିତ୍ ସାହୁ ପଜିଟିଭ୍ ଜର୍ଣ୍ଣାଲିଜିମ୍ ସମ୍ପର୍କରେ ଆଲୋକପାତ କରିଥିଲେ। ପୋଲିସ ଡିଜି ଡାକ୍ତର ଆର ପି ଶର୍ମା, ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି, ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ କୁମାର ପରିଜା, ଚାଟାଡ୍ ଆକାଉଣ୍ଟାଣ୍ଟ ରାଜିବ ସାହୁ ପ୍ରମୁଖ ସମ୍ବର୍ଦ୍ଧିତ ହୋଇଥିଲେ।
ସମ୍ବର୍ଦ୍ଧିତ ହେବା ପରେ ପୋଲିସ ଡିଜି ଆରପି ଶର୍ମା କହିଲେ, “ପିଲାବେଳୁ ସେ ଜଣେ ଭଲ ମଣିଷ ହେବା ସହ ଦେଶ ସେବା କରିବେ ବୋଲି ଲକ୍ଷ୍ୟ ରଖିଥିଲେ। ଏଥିରେ ତାଙ୍କ ବାପା ତାଙ୍କୁ ସବୁବେଳେ ସହଯୋଗ କରି ଆସୁଥିଲେ। ତେଣୁ ସେ ପ୍ରଥମେ ଡାକ୍ତର ଭାବେ ରୋଗୀ ସେବା କରୁଥିଲେ। ଆଉ ଏବେ ପୋଲିସ ହୋଇ ଦେଶ ପାଇଁ ସେବା କରୁଛନ୍ତି। ଯୁବପିଢ଼ିମାନେ ସେମାନଙ୍କର ଲକ୍ଷ୍ୟ ସ୍ଥିର କରନ୍ତୁ। ଦେଶ ଓ ଜାତି ପାଇଁ କିଛି ନୂଆ କରନ୍ତୁ।”

Comment