ଓଡ଼ିଶାଲାଇଭ୍ ବ୍ୟୁରୋ

ରେଳବାଇ ଟେଣ୍ଡ ଦୁର୍ନୀତି ଏବେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ମହଙ୍ଗା ପଡ଼ିଛି। ଲାଲୁ ଏବଂ ତାଙ୍କ ପୁଅ ତେଜସ୍ୱୀ ଯାଦବ ସିବିଆଇ ସ୍କାନରରେ ରହିଛନ୍ତି। ଦୁଇ ଦୁଇଥର ତାରିଖ ଘୁଞ୍ଚାଇବା ପରେ ଲାଲୁ ଗୁରୁବାର ସିବିଆଇ କାର୍ଯ୍ୟାଳୟରେ ହଜର ହୋଇଛନ୍ତି। ସିବିଆଇ ଅଧିକାରୀମାନେ ଲାଲୁଙ୍କୁ ରେଳବାଇ ଟେଣ୍ଡର ଦୁର୍ନୀତି ସମ୍ପର୍କରେ ଜେରା କରୁଛନ୍ତି। ଶୁକ୍ରବାର ତେଜସ୍ୱୀ ଯାଦବଙ୍କୁ ସିବିଆଇ ଜେରା କରିବ ବୋଲି ଜଣାପଡ଼ିଛି।
ସେପ୍ଟେମ୍ବର ୧୧ ଏବଂ ୧୨ ତାରିଖରେ ହାଜର ହେବା ପାଇଁ ସିବିଆଇ ପକ୍ଷରୁ ଲାଲୁ ଓ ତେଜସ୍ୱୀଙ୍କୁ ନୋଟିସ ଜାରି କରାଯାଇଥିଲା। ହେଲେ ବାପା-ପୁଅ ସିବିଆଇ ଅଫିସରେ ହାଜର ହୋଇ ନଥିଲେ। ଏହାପରେ ସିବିଆଇ ପକ୍ଷରୁ ଆଉ ଏକ ସମନ ଜାରି କରାଯାଇଥିଲା। ସେପ୍ଟେମ୍ବର ୨୫ ଏବଂ ୨୬ ତାରିଖରେ ହାଜର ହେବାକୁ ନୋଟିସ ହୋଇଥିଲେ ହେଁ ଉଭୟ ହାଜର ହୋଇ ନଥିଲେ। ହାଜର ନହେବା ନେଇ ଲାଲୁଙ୍କ ଓକିଲ ସିବିଆଇ ନିକଟରେ ବିଭିନ୍ନ କାରଣ ଦର୍ଶାଇଥିଲେ। ଶେଷରେ ସିବିଆଇ ନିକଟରେ ଲାଲୁ ଆଜି ହଜର ହୋଇଛନ୍ତି।
ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ବେଳେ ଟେଣ୍ଡର ଆବଣ୍ଟନରେ ଅନିୟମିତତା ହୋଇଥିଲା। ଏ ସମ୍ପର୍କରେ ସିବିଆଇକୁ ବଳିଷ୍ଠ ପ୍ରମାଣ ମିଳିବା ପରେ ସିବିଆଇ ଲାଲୁଙ୍କୁ ଜେରା କରୁଛି।
 

LEAVE A REPLY

Please enter your comment!
Please enter your name here