ଓଡ଼ିଶାଲାଇଭ୍ ବ୍ୟୁରୋ

ମେଡିସିନ୍ ଏବଂ କେମିଷ୍ଟ୍ରିରେ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା ହେବା ପରେ ଗୁରୁବାର ସାହିତ୍ୟରେ ନୋବେଲ ବିଜେତାଙ୍କ ନାମ ଘୋଷଣା ହୋଇଛି। ବ୍ରିଟେନର କାଜୁଓ ଇସିଗୁରୋ ସାହିତ୍ୟରେ ନୋବେଲ୍ ପାଇବା ପାଇଁ ମନୋନିତ ହୋଇଛନ୍ତି। ଉପନ୍ୟାସ ‘ଗ୍ରେଟ୍ ଇମୋସନାଲ ଫୋର୍ସ’ ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିବ।
ଜାପାନର ନାଗାସାକିରେ ଇସିଗୁରୋ ନଭେମ୍ବର ୮,୧୯୫୪ରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ ଯେତେବେଳେ ୫ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ପରିବାର ବ୍ରିଟେନ୍ ଚାଲି ଆସିଥିଲେ। ସେଠାରେ ତାଙ୍କ ପରିବାର ବ୍ରିଟେନ୍ ନାଗରିକତ୍ୱ ଗ୍ରହଣ କରିଥିଲେ। ସେ ୮ଟି ପୁସ୍ତକ ସହ ଅନେକ ଫିଲ୍ମର ସ୍କ୍ରିପ୍ଟ ଲେଖିଛନ୍ତି।
୧୯୦୧ରୁ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ପୁରସ୍କାର ଦିଆଯାଇ ଆସୁଛି। ୧୯୦୧ରୁ ୨୦୧୬ ମଧ୍ୟରେ ୧୦୯ ଜଣ ସାହିତ୍ୟିକଙ୍କୁ ନୋବେଲ ପୁରସ୍କାର ମିଳିଛି।

LEAVE A REPLY

Please enter your comment!
Please enter your name here