ଓଡ଼ିଶାଲାଇଭ୍‌ ବ୍ୟୁରୋ

ପରମାଣୁ ହତିଆର ଶେଷ କରିବା ପାଇଁ ଲଗାତାର ଉଦ୍ୟମ କରି ଆସିଥିବା ଅଭିଯାନ ଆଇସିଏଏନକୁ ୨୦୧୭ର ନୋବେଲ ଶାନ୍ତି ପୁରସ୍କାର ମିଳିଛି। ନରୱେଠାରେ ଥିବା ନୋବେଲ ପୁରସ୍କାର କମିଟି ପକ୍ଷରୁ ଘୋଷଣା କରାଯାଇଛି ଯେ ଆଇସିଏନକୁ ଏବର୍ଷର ପୁରସ୍କାର ପ୍ରଦାନ ପଛରେ ଉଦ୍ଦେଶ୍ୟ ହେଉଛି ଯେ ଏହି ଅଭିଯାନର ଉଦ୍ଦେଶ୍ୟ ମହତ। ପରମାଣୁ ହତିଆର ଯଦି ପ୍ରୟୋଗ କରାଯାଏ ତେବେ ବିଶ୍ୱରେ କିଭଳି ଭୟାବହ ପରିସ୍ଥିତି ସୃଷ୍ଟି ହେବ ସେ କଥା ବୁଝିବାରେ ଓ ବୁଝାଇବାରେ ଏହି ସଂସ୍ଥା/ଅଭିଯାନ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି।
ଏବର୍ଷର ଶାନ୍ତି ପୁରସ୍କାର ପାଇଁ ବେଶ୍ କିଛି ବ୍ୟକ୍ତିଙ୍କ ନାମ ଚର୍ଚ୍ଚାରେ ଥିଲା। ଏମାନଙ୍କ ମଧ୍ୟରେ ଥିଲେ ପୋପ୍ ଫ୍ରାନ୍ସିସ୍ ଓ ଇରାନର ବିଦେଶ ମନ୍ତ୍ରୀ ଜାବେଦ୍ ଜରିଫ।
୨୦୧୭ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରି କମିଟି କହିଛି ଯେ ଏହି ପୁରସ୍କାର ମାଧ୍ୟମରେ ଆମେ ପରମାଣୁ ହତିଆର ରଖିଥିବା ଦେଶମାନଙ୍କୁ ଏହି ସନ୍ଦେଶ ଦେବା ପାଇଁ ଚାହୁଁଛୁ ଯେ ଯଦି ଏହାର ବ୍ୟବହାର କରାଯାଏ ତେବେ ବିଶ୍ୱରେ ଭୟାନକ ଅବସ୍ଥା ସୃଷ୍ଟି ହେବ।

LEAVE A REPLY

Please enter your comment!
Please enter your name here