ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ବାୟୁସେନାର ଏମ୍‌ଆଇ୧୭ଭି୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଅରୁଚଳ ପ୍ରଦେଶର ତଓ୍ବାଙ୍ଗର ଖିର୍‌ମୁ ଅଞ୍ଚଳରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଘଟିଛି ଏହି ଦୁର୍ଘଟଣା। ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଚୀନ ସୀମାରୁ ୧୨ କିଲୋମିଟର ଦୂରରେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନି। ଏଥିପାଇଁ ତଦନ୍ତ ନିର୍ଦ୍ଦଶେ ଦିଆଯାଇଛି।
ହେଲିକପ୍ଟରରେ ଏୟାରଫୋର୍ସର ଦୁଇ ଜଣ ବରିଷ୍ଠ ଅଫିସର, ଜଣେ ମାଷ୍ଟ ଓ୍ବାରେଣ୍ଟ ଅଫିସର, ଦୁଇ ଜଣ ଯବାନ ଏବଂ ୨ ଜଣ ସିପାହି ରହିଥିଲେ। ଦୁର୍ଘଟଣାରେ ସମସ୍ତଙ୍କର ପ୍ରାଣହାନୀ ଘଟିଛି।
୮ରେ ପାଳନ ହୋଇଥାନ୍ତା ପ୍ରତିଷ୍ଠା ଦିବସ
ଅକ୍ଟୋବର ୮ ତାରିଖରେ ଏୟାରଫୋର୍ସର ୮୫ତମ ପ୍ରତିଷ୍ଠା ଦିବସ ପାଳନ ହୋଇଥାନ୍ତା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା। ଏୟାରଫୋର୍ସର ଯବାନମାନେ ଉତ୍ସାହିତ ହୋଇଯାଇଥିଲେ। ହେଲେ ପ୍ରତିଷ୍ଠା ଦିବସ ପାଳନର ଦୁଇଦିନ ପୂର୍ବରୁ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଏହାକୁ ଏୟାରଫୋର୍ସ ଇତିହାସର ସବୁଠୁ ବଡ଼ ଦୁର୍ଘଟଣା ବୋଲି କୁହାଯାଉଛି। ଏହି ଘଟଣା ଭାରତୀୟ ବାୟୁସେନାରେ ଶୋକର ଛାୟା ଖେଳାଇ ଦେଇଛି।
୨୦୧୩ରେ ମଧ୍ୟ ବଡ଼ ଧରଣର ହେଲିକପ୍ଟର ଦୁର୍ଘଟଣା ଘଟିଥିଲା। କେଦାରନାଥର ବନ୍ୟା ପୀଡିତଙ୍କୁ ଉଦ୍ଧାର କରିବା ପାଇଁ ଯାଇଥିବା ଏୟାରଫୋର୍ସ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ୨୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଏୟାରଫୋର୍ସ ଅଫିସରଙ୍କ ସମେତ ଏନ୍‌ଡିଆର୍‌ଏଫ୍‌ ଏବଂ ଆଇଟିବିପି ଯବାନମାନେ ମଧ୍ୟ ରହିଥିଲେ।

 

LEAVE A REPLY

Please enter your comment!
Please enter your name here