ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁଆଁରୀ ଝିଅର ମନ ସାଦା କାଗଜ ପରି। ନିଜ ସ୍ୱପ୍ନର ରାଜକୁମାର ପାଇ ସୁଖ ଓ ଶାନ୍ତିରେ ଜୀବନଯାପନ କରିବାକୁ କିଏ ବା ନ ଚାହେଁ।  ଅନ୍ୟାନ୍ୟ ପର୍ବପର୍ବାଣୀ ପରି ଓଡ଼ିଶାର ଝିଅମାନେ ’କୁମାର ପୂର୍ଣ୍ଣିମା’କୁ ଆନନ୍ଦ ଓ ଉତ୍ସାହର ସହ ପାଳନ କରିଥା’ନ୍ତି। ଏହି ଅବସରରେ ଝିଅମାନେ ଚାନ୍ଦ ପୂଜା ଓ ସକାଳ ପହରୁ ଉଠି ସୂର୍ଯ୍ୟଙ୍କୁ ଆଞ୍ଜୁଳି ଟେକିବା ତଥା ଚ‌ଉରା ପୂଜା ଆଦି କରିବା ସମୟରେ ଭବିଷ୍ୟତରେ ଭଲ ତଥା ସୁନ୍ଦର ଜୀବନସାଥୀଟିଏ ପାଇବା ପାଇଁ କାମନା କରିଥା’ନ୍ତି।
ଆସନ୍ତୁ ଜାଣିନେବା ସ୍ୱପ୍ନର ରାଜକୁମାର ପାଇଁ କ’ଣ କୁହନ୍ତି ଓଡ଼ିଶାର ଘରେ ଘରେ ପରିଚିତ ଏହି ତାରକାମାନେ:
ଶିବାନୀ ସଙ୍ଗୀତା (ନିକି) 
ମୋ’ ସ୍ୱପ୍ନର ରାଜକୁମାର ଲୁକ୍‌ସରେ ମୋ’ ସହ ମ୍ୟାଚ କରୁଥିବା ଦରକାର।  ନା ବେଶୀ ନା ପତଳା, ରଙ୍ଗରେ ନା ବେଶୀ କଳା, ଆଉ ଯାହା ହେଉ ନା କାହିଁକି ସେ ଗୋଟେ ବହୁତ ଭଲ ମଣିଷ ହୋ‍ଇଥିବା ଦରକାର। ମୋର ଜିଦିକୁ ସହିବା ସହିତ ମୋ ରାଗ-ରୁଷା, ମାନ-ଅଭିମାନକୁ ଭଲରେ ବୁଝୁଥିବ। ସେ ସିନେଜଗତରୁ କେହି ହେଉ ବା ଅନ୍ୟ କୌଣସି କାମ କରୁଥାଉ ମତେ ବୁଝିବା ସହ ମୋ’ କାମକୁ ମଧ୍ୟ ବୁଝିବା ଦରକାର।
ଲିପ୍‌ସା ମିଶ୍ର 
ସବୁ କୁଆଁରି ଝିଅ ଗୋଟେ ଭଲ ପୁଅକୁ ନିଜ ଜୀବନସାଥୀ ବନେଇବାକୁ ଚାହାନ୍ତି। ଆଜିକାଲି ଦୁନିଆରେ ଭଲପୁଅଟେ ମିଳିବା ସହଜ ନୁହେଁ। ମୋତେ ଯିଏ ବାହା ହେବ ସେ ଓଡ଼ିଶାରେ ରହୁ ବା ଓଡ଼ିଶା ବାହାରେ, ମତେ ଚଳେଇପାରିଲା ଭଳି କ୍ଷମତା ତା’ର ଥିବା ଦରକାର। ଯଦି କେବେ ମୁଁ କାମ ନକରି ଟିକେ ବ୍ରେକ୍‍ ନେବାକୁ ଇଛା କରିବି, ତାହେଲେ ମୋର ମାନସିକ ଅବସ୍ଥାକୁ ବୁଝିବା ଦରକାର।
ସୋନିକା ରୟ
ଭଲ ଜୀବନସାଥୀଟିଏ ପାଇବା ସବୁ ଝିଅଙ୍କ ସ୍ୱପ୍ନ। ହେଲେ ମୁଁ ବର୍ତ୍ତମାନ କେବଳ ନଭେମ୍ବର ମାସରେ ଫିଲିପାଇନ୍‌ସରେ ହେବାକୁ ଥିବା ମିସ୍‍ ଏସିଆ ପାସିଫିକ୍‍ ଇଣ୍ଟରନ୍ୟାସନାଲ-୨୦୧୭ ପାଇଁ ଜୋରସୋରରେ ନିଜକୁ ପ୍ରସ୍ତୁତ କରୁଛି। ଏହି ପ୍ରତିଯୋଗିତାରେ ମୁଁ ଭାରତକୁ ପ୍ରତିନିଧିତ୍ୱ କରିବା ମୋ’ ପାଇଁ ଗର୍ବର ବିଷୟ।

1 COMMENT

Comment