ଓଡ଼ିଶା ଲାଇଭ୍ ବ୍ୟୁରୋ

ଅଷ୍ଟ୍ରେଲିଆ ଟିମ୍‌କୁ ୯ ଓ୍ବିକେଟରେ ହରାଇଛି ଟିମ୍‌ ଇଣ୍ଡିଆ। ରାଞ୍ଚିରେ ଅନୁଷ୍ଠିତ ଟି-୨୦ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତୀୟ ଟିମ୍। ଟସ୍‌ ଜିତିଥିବା ଟିମ୍‌ ଇଣ୍ଡିଆ ପ୍ରଥମେ ଅଷ୍ଟ୍ରେଲିଆକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। କଙ୍ଗାରୁ ଟିମ୍ ୧୮.୪ ଓଭରରେ ୮ ଓ୍ବିକେଟ ହରାଇ ୧୧୮ ରନ୍ ସଂଗ୍ରହ କରିଥିଲା। ହେଲେ ମଝିରେ ବର୍ଷା ବାଧକ ସାଜିଥିଲା। ଫଳରେ ଖେଳ ଅଧାରୁ ବନ୍ଦ ହୋଇଥିଲା। ବର୍ଷା ଛାଡ଼ିବା ପରେ ଟିମ୍‌ ଇଣ୍ଡିଆକୁ ୬ ଓଭରରେ ୪୮ ରନ୍ କରିବାକୁ ଟାର୍ଗଟେ ଦିଆଯାଇଥିଲା। ଏହାର ଜବାବରେ ଟିମ୍ ଇଣ୍ଡିଆ ୫.୩ ଓଭରରେ ୪୯ ରନ୍ କରି ମ୍ୟାଚ ବିଜୟୀ ହୋଇଛି। ଡକଓ୍ବର୍ଥ ଲୁଇସ୍‌ ନିୟମ ଅନୁସାରେ ଟିମ୍ ଇଣ୍ଡିଆକୁ ବିଜୟୀ ଘୋଷିତ କରାଯାଇଛି।
ଟିମ୍‌ ଇଣ୍ଡିଆର ଶିଖର ଧାବନ ୧୫ ରନ୍ କରିଥିବା ବେଳେ ବିରାଟ କୋହଲି ୨୨ ରନ୍ କରିଛନ୍ତି।
ଅଷ୍ଟ୍ରେଲିଆର ଏରନ୍ ଫିଞ୍ଚ୍ ସର୍ବାଧିକ ୪୨ ରନ୍ କରିଥିଲେ। ଫିଞ୍ଚଙ୍କୁ ଛାଡିଦେଲେ ଅନ୍ୟ ବ୍ୟାଟ୍ସମ୍ୟାନ୍ ପଡ଼ିଆରେ ତିଷ୍ଠି ପାରି ନଥିଲେ। ଶେଷ ୩୭ ରନ୍‌ରେ ଅଷ୍ଟ୍ରେଲିଆ ୬ଟି ଓ୍ବିକେଟ ହରାଇଥିଲା। ଟିମ୍‌ ଇଣ୍ଡିଆର ଜସପ୍ରୀତ ବୁମରାହ ଏବଂ କୁଲଦୀପ ଯାଦବ ୨ଟି ଲେଖାଏଁ ଓ୍ବିକେଟ ହାସଲ କରିଥିଲେ। ଭୁବି ଏବଂ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ପାଇଥିଲେ।

 

Comment